ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ମଦି ପିଇ ଟଳମଳ ହେଉଥିବାର ଭିଡିଓ ଭାଇରାଲ ।ମଦ ନିଶାରେ ଚୁର୍ ହୋଇ ମତୋ ବଜାରରେ ବୁଲିବା ସହ ଏଣୁ ତେଣୁ ଗପୁଛନ୍ତି । ଶିକ୍ଷକ ଯଦି ମଦ ପିଇ ରାସ୍ତାରେ ଗଡୁଥିବେ ତେବେ ପିଲାମାନେ କଣ ଶିଖିବେ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ବିଦ୍ୟାଳୟରେ ଭିତ୍ତିଭୂମିର ଅଭାବ ଯୋଗୁଁ ଗୋଟିଏ ଶ୍ରେଣୀ ଗୃହରେ ତିନି ତିନିଟି ଶ୍ରେଣୀର ପିଲା ବସି ପଢୁଛନ୍ତି । ବିଦ୍ୟାଳୟରେ ୧୦୭ ଜଣ ଛାତ୍ରଛାତ୍ରୀ ଥିବା ବେଳେ ପ୍ରଧାନ ଶିକ୍ଷକଙ୍କୁ ମିଶାଇ ମାତ୍ର ୩ ଜଣ ଶିକ୍ଷକ ଅଛନ୍ତି । ଫଳରେ ପିଲାଙ୍କ ପାଠ ପଢ଼ା ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି ।
