ଆମେରିକା ସରକାର ନିଜର Sanctions ତାଲିକାରୁ ୪ଟି ଭାରତୀୟ କମ୍ପାନୀକୁ ବାଦ୍ ଦେଇଛନ୍ତି। ପ୍ରାୟ ଦୁଇ ବର୍ଷ ପୂର୍ବେ ରୁଷର ସାମରିକ-ଶିଳ୍ପ ନେଟୱାର୍କକୁ ସହାୟତା କରୁଥିବା ଅଭିଯୋଗରେ ଆମେରିକା ଏହି କମ୍ପାନୀଗୁଡ଼ିକ ଉପରେ କଟକଣା ଲଗାଇଥିଲା।ଆମେରିକାର ଟ୍ରେଜେରୀ ବିଭାଗ ଯେଉଁ କମ୍ପାନିଗୁଡ଼ିକ ଉପରୁ ପ୍ରତିବନ୍ଧକ ଉଠାଇଛନ୍ତି ସେମାନଙ୍କ ମଧ୍ୟରେ ହାଇଦ୍ରାବାଦସ୍ଥିତ ଆରଆରଜି ଇଞ୍ଜିନିୟରିଂ ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଲୋକେଶ ମେସିନ୍ସ ଲିମିଟେଡ୍,ଅହମଦାବାଦସ୍ଥିତ ଗାଲାକ୍ସି ବିୟରିଂସ୍ ଲିମିଟେଡ୍ ଏବଂ ଦିଲ୍ଲୀସ୍ଥିତ ଶୌର୍ଯ୍ୟ ଏରୋନଟିକ୍ସ ପ୍ରାଇଭେଟ୍ ଲିମିଟେଡ୍ ଅନ୍ତର୍ଭୁକ୍ତ ରହିଛନ୍ତି। ଟ୍ରେଜେରୀ ବିଭାଗ ଏହି କମ୍ପାନିଗୁଡ଼ିକୁ ସ୍ପେସାଲି ଡେଜିଗିନେଟେଡ ନ୍ୟାସନାଲ୍ସ(ଏସଡିଏନ)ତାଲିକାରୁ ବାହାର କରିଦେଇଛି। ଏସଡିଏନ ଆମେରିକାର ଅଧିକାରକ୍ଷେତ୍ରରେ ଏହି ତାଲିକାରେ ଥିବା କମ୍ପାନି ଏବଂ ବ୍ୟକ୍ତିବିଶେଷଙ୍କ ସମ୍ପତ୍ତିକୁ ଫ୍ରିଜ୍ କରିଥାଏ। ଲୋକେଶ ମେସିନ୍ସ ଓ ଗାଲାକ୍ସି ବେରିଙ୍ଗ୍ସ ଏହି ଦୁଇଟି କମ୍ପାନୀ ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ ଲୋକେଶ ମେସିନ୍ସ ଦେଶୀ ଏବଂ ବିଦେଶୀ କମ୍ପାନୀ ଯଥା—ଜନ୍ ଡିରେ, ଭୋଲ୍ଭୋ, ସୁଜୁକି ଆଦିକୁ ଯନ୍ତ୍ରାଂଶ ଯୋଗାଇଥାଏ।RRG ଇଞ୍ଜିନିୟରିଂ ଭାରତର ବିମାନ ଚଳାଚଳ ଓ UAV (ଡ୍ରୋନ୍) ଟେକ୍ନୋଲୋଜି କ୍ଷେତ୍ରରେ କାର୍ଯ୍ୟ କରୁଛି।
ଏହି ନିଷ୍ପତ୍ତି ପରେ ଉକ୍ତ ୪ଟି କମ୍ପାନୀଙ୍କ ଉପରେ ଲାଗୁ ହୋଇଥିବା ଆସେଟ୍ ଫ୍ରିଜ୍ ଏବଂ ଆମେରିକୀୟ ସଂସ୍ଥା ସହ କାରବାର ଉପରେ କଟକଣା ହଟିଛି। ତେବେ ୨୦୨୪ରେ ସାଂସ୍କୃତିକ କଟକଣାରେ ଥିବା ଅନ୍ୟାନ୍ୟ ଭାରତୀୟ ସଂସ୍ଥାଗୁଡ଼ିକର ସ୍ଥିତି ବର୍ତ୍ତମାନ ପାଇଁ ଅପରିବର୍ତ୍ତିତ ରହିଛି। ଆମେରିକା ସରକାର ଏହି କମ୍ପାନୀଗୁଡ଼ିକୁ କାହିଁକି ବାଦ୍ ଦେଲେ, ସେ ନେଇ କୌଣସି ସ୍ପଷ୍ଟ କାରଣ ଦର୍ଶାଇ ନାହାନ୍ତି।
