ଚେକ୍ ବାଉନ୍ସ ମାମଲାରେ ପୁଣି ଅଡ଼ୁଆରେ ଅଭିନେତା ରାଜପାଲ ଯାଦବ । ଅଭିନେତା ରାଜପାଲଙ୍କୁ ୩ ମାସ ଜେଲ ଯିବାକୁ ପଡ଼ିବ । ଦିଲ୍ଲୀ ହାଇକୋର୍ଟ ଦଣ୍ତାଦେଶ କାଏମ ରଖିଛନ୍ତି । ଟଙ୍କା ଫେରସ୍ତ ପାଇଁ ଅଧିକ ସମୟ ଆବେଦନ ଖାରଜ କରିଥିଲେ । ପୁଣି ଜେଲ ଯିବେ ଅଭିନେତା ରାଜପାଲ ଯାଦବ । ଚେକ୍ ବାଉନ୍ସ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ଝଟ୍କା । ତଳକୋର୍ଟଙ୍କ ରାୟକୁ ବଜାୟ ରଖିଲେ ହାଇକୋର୍ଟ ।ଦିଲ୍ଳୀ ହାଇକୋର୍ଟଅଭିନେତା ରାଜପାଲ ଯାଦବଙ୍କୁ ଚେକ୍ ବାଉନ୍ସ ସମସ୍ତ ମାମଲାରେ ୩ ମାସର ସାଧାରଣ ସଜା ଶୁଣାଇଛନ୍ତି । ଏହାସହିତ କୋର୍ଟ ଆଦେଶ ଦେଇଛନ୍ତି କି, ସମସ୍ତ ଦଣ୍ଡାଦେଶ ଏକାସାଙ୍ଗରେ ଚାଲୁ ରହିବ ।ତେଣୁ ତାଙ୍କୁ ୩ ମାସ ଯାଏଁ ଦଣ୍ଡାଦେଶ ଭୋଗିବାକୁ ହେବ । ଏହାସହିତ ଅଦାଲତା ପ୍ରତି ମାମଲା ପାଇଁ ୧.୦୫ କୋଟି ଟଙ୍କା ଜରିମାନା ଲଗାଇଛନ୍ତି । ତେଣୁ ତାଙ୍କୁ ସବୁ ମାମଲା ପାଇଁ ମୋଟ୍ ୭.୩୫ କୋଟି ଟଙ୍କା ଜରିମାନା ଦେବାକୁ ହେବ ।ରାଜପାଲ ଯାଦବ ୨୦୧୦ ମସିହାରେ ଗୋଟିଏ ସିନେମା କରିଥିଲେ। ଯାହାର ନାଁ ଥିଲା ‘ଅତା ପତା ଲାପତା’। ସେ ଏହି ପ୍ରୋଜେକ୍ଟ ପାଇଁ ୫ କୋଟି ଋଣ ନେଇଥିଲେ, ଯଦିଓ ପରେ ରାଜପାଲ ଏହାକୁ ଏକ ନିବେଶ ବୋଲି ଦାବି କରିଥିଲେ। ସେ ଋଣ ପରିଶୋଧ କରିପାରିଲେ ନାହିଁ, ଏବଂ ବକେୟା ପରିମାଣ ୯ କୋଟିକୁ ବୃଦ୍ଧି ପାଇଲା। ଏହି ମାମଲା ସହିତ ଜଡ଼ିତ ହୋଇ, ସେ ୫ ଫେବୃଆରୀ ୨୦୨୬ରେ ତିହାର ଜେଲରେ ଆତ୍ମସମର୍ପଣ କଲେ। ସେହି କଷ୍ଟକର ସମୟରେ, ସୋନୁ ସୁଦଙ୍କ ସମେତ ଅନେକ ଅଭିନେତା ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ।
