ବରିଷ୍ଠ ନେତା ଏନ୍.ଭାସ୍କର ରାଓଙ୍କୁ ଶକ୍ତଧକ୍କା

Date-10-07-26-ବରିଷ୍ଠ ନେତା ଏନ୍.ଭାସ୍କର ରାଓଙ୍କୁ ଶକ୍ତଧକ୍କା ଲାଗିଛି । ରାୟଗଡା ଟ୍ରକ୍ ମାଲିକ ସଂଘ ର ଆର୍ଥିକ ଅନିୟମିତତା ଘଟଣାରେ ଟାଉନ୍ ଥାନାରେ ଦିଆଯାଇଥିବା ଅଭିଯୋଗକୁ ପୁଲିସ ପଞ୍ଜିକୃତ କରିଛି । ତାଙ୍କ ସହ ତାଙ୍କ ପୁଅ ଏନ୍.କ୍ରିଷ୍ଣା ଚୈତନ୍ୟ,ପୂର୍ବତନ ଟ୍ରକ୍ ମାଲିକ ସଂଘର ସଭାପତି ବି.ମନ୍ମଧା ରାଓ ଓ କୋଷାଧକ୍ଷ୍ୟ ଜି.କ୍ରିଷ୍ଣାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । ଗତ 2003 ମସିହାରୁ 2023 ମସିହା ପର୍ଯ୍ୟନ୍ତ ସଂଘର ଆର୍ଥିକ ଅନିୟମିତତା ହୋଇଛି । 2003 ମସିହାରେ ନକ୍ସଲ ସଂଗଠନକୁ ଚାନ୍ଦା ଦେବା ନାମରେ ପ୍ରତି ମାଲିକଙ୍କ ଠାରୁ 5 ହଜାର ଟଙ୍କା ଆଦାୟ କରାଯାଇଥିବା ବେଳେ ଟ୍ରକ୍ ର ଲୋଡିଂ ଓ ଅନଲୋଡିଙ୍ଗ୍ ବାବଦକୁ 1 ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଉଥିଲା । ଭାସ୍କାର ରାଓଙ୍କ ପ୍ରଛଦପଟ୍ଟରେ ସଂଘ ପରିଚାଳନା ହେଉଥିବା ବେଳେ ସଂଘକୁ ବିନା ବୈଧ ପଞ୍ଜିକରଣ କରି ମାଲିକ ମାନଙ୍କ ଠାରୁ ଟଙ୍କା ଆଦାୟ କରାଯାଉଥିଲା ବୋଲି ବର୍ତ୍ତମାନର ଟ୍ରକ୍ ମାଲିକ ସଂଘ ସଭାପତି ତଥା ବରିଷ୍ଠ ବିଜେପି ସଂଗଠକ ୟାଲା ଭେଙ୍କେଟେଶ୍ବର ରାଓ ଓରଫ୍ କୋଣ୍ଡା ବାବୁ ଗତ ଦୁ ବର୍ଷ ତଳେ ଥାନାରେ ଅଭିଯୋଗ କରିଥିଲେ । ପାଖାପାଖି ସଂଘର 60 କୋଟି ଟଙ୍କା ଭାସ୍କର ରାଓ ବିଭିନ୍ନ ଆଳ ଦେଖାଇ ହରିଲୁଟ୍ କରିଛନ୍ତି ବୋଲି ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣାରେ ପୁଲିସ କେବଳ ଅନୁଧ୍ୟାନ କରି ଏକ କେସ୍ ଡାଇରୀ ପଞ୍ଜିକୃତ କରିଥିବା ବେଳେ ଗତକାଲି ଏତଲାକୁ ପଞ୍ଜିକୃତ କରିଛି । ଅନ୍ୟପଟେ ରାଜ୍ୟ ସରକାର ଏହି ଆର୍ଥିକ ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ କରନ୍ତୁ ବୋଲି ଅଭିଯୋଗକାରୀ ୟାଲା ଭେଙ୍କେଟେଶ୍ବର ରାଓ ଦାବି କରିଛନ୍ତି । ଏହି ଘଟଣାରେ ବରିଷ୍ଠ ନେତା ଏନ୍.ଭାସ୍କର ରାଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ୟଆଲା ଭେଙ୍କେଟେଶ୍ବର ରାଓ-(ଅଭିଯୋଗକାରୀ,ସଭାପତି,ରାୟଗଡା ଟ୍ରକ୍ ମାଲିକ ସଂଘ)

ଅଧିକ ପଢନ୍ତୁ