ବିଧାୟକ ପ୍ରକାଶ ସେଠୀଙ୍କ ଦୁର୍ବ୍ୟବହାର, ରେଭେନ୍ସା ହଷ୍ଟେଲ ୱାର୍ଡେନଙ୍କ ସାମୂହିକ ଇସ୍ତଫା

ଘନେଇଲା ବିବାଦ । ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାଜନୈତିକ ହସ୍ତକ୍ଷେପକୁ ବିରୋଧ କରି ହଷ୍ଟେଲ୍ର ସମସ୍ତ ଓ୍ୱାର୍ଡେନ ଇସ୍ତଫା ପ୍ରଦାନ କରିଛନ୍ତି । ହଷ୍ଟେଲ ଦାୟିତ୍ୱରୁ ଓହରିବା ସହ ଭିସିଙ୍କୁ ଇସ୍ତଫା ଦେଇଥିବା ସୂଚନା । ଗତ ଶନିବାର ଠାରୁ ରେଭେନ୍ସା ଇଷ୍ଟ ହଷ୍ଟେଲ ଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଡେପୁଟି ଓ୍ୱାର୍ଡେନଙ୍କ ଇସ୍ତଫା ଦାବି କରି ଅନଶନ ଆରମ୍ବ କରିଥିଲେ ଇଷ୍ଟ ହଷ୍ଟେଲର ଅନ୍ତେବାସୀମାନେ । ଯାହାପରେ ରେଭେନ୍ସା ଆନ୍ଦୋଳନରତ ଛାତ୍ରମାନଙ୍କ ସହ ଏକାଧିକ ଥର ଆଲୋଚନା ହୋଇଥିଲା । ତଥାପି କିଛି ସୁଫଳ ମିଳିନଥିଲା । ପରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ କ୍ୟାମ୍ପସରେ ପହଞ୍ଚି ଛାତ୍ରଙ୍କ ସହିତ ଆଲୋଚନା କରିଥିଲେ । ଏହି ସମୟରେ ଚିଫ୍ ଓ୍ୱାର୍ଡେନ ଏବଂ କିଛି ଅଧ୍ୟାପକଙ୍କ ଉଦ୍ଦେଶ୍ୟରେ ବିଧାୟକ ଅରୁଚିକର ମନ୍ତବ୍ୟ ଦେଇଥିବାର ଅଭିଯୋଗ ହୋଇଥିଲା । ଏହାପରେ ବିବାଦ ବଢିଥିଲା ।ଏପଟେ ୱାର୍ଡେନମାନଙ୍କୁ ସମର୍ଥନ ଜଣାଇଛନ୍ତି ରୁଟା ବା ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ।

ଅଧିକ ପଢନ୍ତୁ