୨୨ ଜିଲ୍ଲାକୁ ୧୧୦ କୋଟି ବନ୍ୟା ସହାୟତା ଦେଲେ ସରକାର । ଏନେଇ ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବାଲେଶ୍ୱର, ଭଦ୍ରକ , ଯାଜପୁରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବାଲେଶ୍ୱରକୁ ୨୨.୦୩କୋଟି, ଯାଜପୁରକୁ ୨୦.୨୦ କୋଟି, ଭଦ୍ରକକୁ ୨୦.୧୨ କୋଟି ଟଙ୍କା ଦିଆଯାଇଛି । ଆସନ୍ତାକାଲି ୫ଟା ସୁଦ୍ଧା ବିଭିନ୍ନ ବିଭାଗର ଚୂଡାନ୍ତ କ୍ଷୟକ୍ଷତି ରିପୋର୍ଟ ଆସିଯିବ ।ଡିବିଟି ମାଧ୍ୟମରେ ଲୋକଙ୍କ ଆକାଉଣ୍ଟକୁ ସିଧା ଟଙ୍କା ଯିବ।ଏତଦ୍ ବ୍ୟତୀତ ଜଗତସିଂହପୁରକୁ ୮.୧୮,କେନ୍ଦୁଝରକୁ ୬.୧୧, ସମ୍ବଲପୁରକୁ ୫.୫୬, କେନ୍ଦ୍ରାପଡ଼ାକୁ ୫.୦୪, ମୟୁରଭଞ୍ଜକୁ ୫.୦୨, ଖୋର୍ଦ୍ଧାକୁ ୨.୦୬, ସୁବର୍ଣ୍ଣପୁରକୁ ୨.୩୧, ବୌଦ୍ଧକୁ ୧.୨୯, ବଲାଙ୍ଗୀରକୁ ୧.୧୭, ଢେଙ୍କାନାଳକୁ ୧.୧୦, ବରଗଡ଼କୁ ୧.୦୫, କଳାହାଣ୍ଡିକୁ ୧.୦୫, ନୂଆପଡାକୁ ୧.୦୫, କନ୍ଧମାଳକୁ ୧.୦୧, କଟକକୁ ୧.୦୧, କୋରାପୁଟକୁ ୧.୦୧, ମାଲକାନଗିରିକୁ ୧.୦୧, ରାୟଗଡାକୁ ୧.୦୧, ସୁନ୍ଦରଗଡ଼କୁ ୧.୦୧ କୋଟି ପ୍ରଦାନ କରାଯଇଛି।
