ଘୋଷଣା ହେଲା ବିଶିଷ୍ଟ ପୋଲିସ୍ ସେବା ପୁରସ୍କାର ୨୦୨୬। ଓଡ଼ିଶାର ୧୭ ଜଣଙ୍କୁ ମିଳିବ ପୋଲିସ୍ ସେବା ପୁରସ୍କାର। IPS ସଞ୍ଜୀବ ପଣ୍ଡାଙ୍କୁ ରାଷ୍ଟ୍ରପତି ପଦକ । ବିଶିଷ୍ଟ ସେବା ପାଇଁ ସଞ୍ଜୀବ ପଣ୍ଡାଙ୍କୁ ରାଷ୍ଟ୍ରପତି ପଦକ । ୧୯୯୪ ବ୍ୟାଚ୍ ର ବରିଷ୍ଠ IPS, ନକ୍ସଲ ବିରୋଧୀ ଅଭିଯାନରେ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ବିଶିଷ୍ଟ ସେବା ପାଇଁ ବରିଷ୍ଠ IPS ଅଧିକାରୀ ସଞ୍ଜୀବ ପଣ୍ଡାଙ୍କୁ President’s Medal for Distinguished Service ପାଇଁ ମନୋନୀତ କରାଯାଇଛି। ଦୀର୍ଘ ପୋଲିସ ସେବା, ପ୍ରଶାସନିକ ଦକ୍ଷତା ଏବଂ ବିଶେଷ କରି ଓଡ଼ିଶାରେ ନକ୍ସଲ ବିରୋଧୀ ଅଭିଯାନରେ ତାଙ୍କ ଭୂମିକା ପାଇଁ ଏହି ସମ୍ମାନ ମିଳିଛି। ଦୀର୍ଘ କ୍ୟାରିୟରରେ ସେ ରାଜ୍ୟ ପୋଲିସର ଅନେକ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମ କରିଛନ୍ତି । ଦକ୍ଷିଣ-ପଶ୍ଚିମାଞ୍ଚଳ DIG, IG, ପରିବହନ କମିଶନର, ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ, ଭୁବନେଶ୍ୱର-କଟକ ପୋଲିସ କମିଶନର, ADG Training ଏବଂ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀର ଡାଇରେକ୍ଟର ଭାବେ ଦାୟିତ୍ୱ ତୁଲାଇଛନ୍ତି । ୨୦୨୪ରେ ତାଙ୍କୁ ଭୁବନେଶ୍ୱର-କଟକ ପୋଲିସ କମିଶନର ଦାୟିତ୍ୱ ଦିଆଯାଇଥିଲା ।
୨୦୨୫ ଜୁଲାଇରେ ରାଜ୍ୟ ସରକାର ତାଙ୍କୁ ଆଣ୍ଟି-ନକ୍ସଲ ଅପରେସନ୍ ମୁଖ୍ୟ ଦାୟିତ୍ୱ ଦେଇଥିଲେ । ୨୦୨୫ରୁ ୨୦୨୬ ମାର୍ଚ୍ଚ ମଧ୍ୟରେ ଅନେକ ମାଓବାଦୀ ନିହତ, ଗିରଫ ଓ ଆତ୍ମସମର୍ପଣ କରିଥିଲେ । SOG, DVF, SIW ସହ CRPF ଓ BSFର ସମନ୍ୱିତ ଅଭିଯାନ ଏଥିରେ ବଡ଼ ଭୂମିକା ନେଇଥିଲା । କଟକରେ ଜନ୍ମିତ ପଣ୍ଡାଙ୍କ ଶିକ୍ଷାଗତ ପୃଷ୍ଠଭୂମି ମଧ୍ୟ ବେଶ୍ ଉଲ୍ଲେଖନୀୟ । ସେ ଆଇଆଇଟି ମାଡ୍ରାସରୁ Electronics & Telecommunicationରେ ଇଂଜିନିୟରିଂ ଏବଂ ଆଇଆଇଟି ଦିଲ୍ଲୀରୁ Electronics & Circuitsରେ ଏମ୍ -ଟେକ୍ କରିଛନ୍ତି ।
