ନୟାଗଡ଼ରେ ଜଘନ୍ୟ ହତ୍ୟାକାଣ୍ଡ, ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା

ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ ବେଲଦ୍ୱାର ଗାଁରେ ଏକ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି । ଯୌତୁକ ଜନିତ କଳହକୁ କେନ୍ଦ୍ର କରି ଜଣେ ନୃଶଂସ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ହାତ ବାନ୍ଧି ପୋଖରୀକୁ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି ।। ଘଟଣା ପରେ ତାଙ୍କ ସ୍ୱାମୀ କାଳୁ ଓରଫ ବକ୍ସି ପ୍ରଧାନ ଓଡ଼ଗାଁ ଆଦର୍ଶ ଥାନାରେ ଆତ୍ମସମର୍ପଣ କରିଛନ୍ତି। । ଏହି ମର୍ମନ୍ତୁଦ ଘଟଣାରେ ପ୍ରାଣ ହରାଇଥିବା ମହିଳାଜଣକ ହେଲେ ତପସ୍ୱିନୀ ସାହୁ ।ଶରଣକୂଳ ଥାନା ହରିହରପୁର ଗାଁର ତପସ୍ବିନୀ ଗତ ୨୦୨୦ମସିହାରେ ସଦରଥାନା ବକ୍ସିଙ୍କୁ ବିବାହ କରିଥିଲେ । ସେମାନଙ୍କର ଏକ ୫ବର୍ଷର ଝିଅ ରହିଛି । ଯୌତୁକ ପାଇଁ ପୁଅ ଘର ଲୋକ ବିଭିନ୍ନ ସମୟରେ ତପସ୍ବିନୀଙ୍କୁ ନିର୍ଯ୍ଯାତନା ଦେଇ ଆସୁଥିଲେ । ଏହାକୁ ନେଇ ୨୪ମସିହାରେ ଉଭୟପକ୍ଷକୁ ନେଇ ଥାନାରେ ବୁଝାମଣା ହୋଇଥିଲା । ବିବାହ ସମୟରେ ବକ୍ସି ଭୁବନେଶ୍ବରରେ ଏକ ଘରୋଇ କମ୍ପାନୀରେ ଚାକିରି କରିଥିବାବେଳେ ପରେ ଚାକିରି ଛାଡି ବେଲଦ୍ବାରରେ ଏକ ଫାର୍ମହାଉସ କରି ସ୍ତ୍ରୀପିଲାଙ୍କୁ ନେଇ ରହୁଥିଲେ । ସେଠାରେ ମଧ୍ଯ ଉଭୟଙ୍କ ମଧ୍ଯରେ ବିଭିନ୍ନ ସମୟରେ ଗଣ୍ଡଗୋଳ ହେଉଥିବା ତପସ୍ବିନୀଙ୍କ ପରିବାର ଲୋକ କହିଛନ୍ତି । ତପସ୍ୱିନୀ ନୟାଗଡ଼ ସଦର ଥାନା ଅନ୍ତର୍ଗତ ଢେଙ୍କେଣା ଗ୍ରାମର ବକ୍ସି ପ୍ରଧାନଙ୍କୁ ବିବାହ କରିଥିଲେ। ସ୍ୱାମୀଙ୍କ ପରକୀୟା ସମ୍ପର୍କକୁ ନେଇ ଦମ୍ପତିଙ୍କ ମଧ୍ୟରେ ପୂର୍ବରୁ ମଧ୍ୟ ଏକାଧିକଥର ଝଗଡ଼ା ହୋଇଥିବା ଜଣାପଡ଼ିଛି। ଏକାଧିକଥର ସମାଧାନ ପରେ ୨୦୨୪ ଡିସେମ୍ବର ୧୫ରୁ ଉଭୟେ ବେଲଦୁଆର ଫାର୍ମ ହାଉସରେ ଏକାଠି ରହୁଥିଲେ। ଘଟଣାଟି ହତ୍ୟା ନା ଅନ୍ୟ କୌଣସି କାରଣରୁ ମୃତ୍ୟୁ, ତାହା ନେଇ ଏବେ ପ୍ରଶ୍ନ ଉଠିଛି। ମୃତଦେହର ବ୍ୟବଚ୍ଛେଦ ରିପୋର୍ଟ ଓ ପୁଲିସର ପୂର୍ଣ୍ଣାଙ୍ଗ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

ଅଧିକ ପଢନ୍ତୁ