ଅନଲାଇନ ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରସଙ୍ଗରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ପ୍ରତିକ୍ରିୟା। ଆଉ ଚଳିବନି ଅନଲାଇନ ଡ୍ରାଇଭରଙ୍କ ମନମାନି। ଓଡିଶା ଯାତ୍ରୀ ଆପକୁ ବ୍ୟାପକ କରାଯିବ। ଯାତ୍ରୀଙ୍କ ସୁବିଧା ପାଇଁ ନଗର ଉନ୍ନୟନ ବିଭାଗର ବଡ ନିଷ୍ପତ୍ତି। ପରିବହନ ବିଭାଗ ସହ ସମନ୍ଵୟ ରଖିବ ନଗର ଉନ୍ନୟନ ବିଭାଗ। ଯେଉଁଥିରେ ଯାତ୍ରୀମାନଙ୍କ ଅସୁବିଧା ହେବ ନାହିଁ। । ଲୋକଙ୍କୁ ସେବା ଯୋଗାଇବା ସହ ଡ୍ରାଇଭର ମାନେ କିପରି ଲାଭବାନ ହୋଇପାରିବେ ତାକୁ ଗୁରୁତ୍ଵ ଦିଆଯିବ। ସବୁ ସହରରେ ଓଡ଼ିଶା ଯାତ୍ରୀ ଆପର କିପରି ବ୍ୟବହାର ହୋଇପାରିବ ସେଥିପାଇଁ ଏକ ବୈଠକ କରି ଆଲୋଚନା ହୋଇଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର।
