ସେପ୍ଟେମ୍ବରରେ ୪ ଦିନ ବ୍ୟାଙ୍କ ଧର୍ମଘଟ

ସେପ୍ଟେମ୍ବର 11ରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛି ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ (ୟୁଏଫବିୟୁ) । କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ ଯୋଜନାରେ ମତଭେଦ, 5 ଦିନିଆ ବ୍ୟାଙ୍କିଙ୍ଗ ପ୍ରସଙ୍ଗ ଏବଂ ପେନସନ ସମ୍ବନ୍ଧୀୟ ସମସ୍ୟା ସହିତ ଅନେକ ଦାବି ନେଇ ସେପ୍ଟେମ୍ବର ୧୧ ରେ ଦେଶବ୍ୟାପୀ ଧର୍ମଘଟ । ଯଦି ଏହି ଧର୍ମଘଟ ହୁଏ ତେବେ ଦେଶର ଅନେକ ସ୍ଥାନରେ ଚାରି ଦିନ ଧରି ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହେବ।UFBUର ଅଗଷ୍ଟ ୨୩ ତାରିଖର ସର୍କୁଲାର ଅନୁସାରେ, ପ୍ରଥମ ଦେଶବ୍ୟାପୀ ଧର୍ମଘଟ ସେପ୍ଟେମ୍ବର ୧୧ରେ ହେବ। ଏହା ପରେ ସେପ୍ଟେମ୍ବର ୨୮, ୨୯ ଓ ୩୦। ଏହି ତିନି ଦିନ ଧରି ଆଉ ଏକ ଦେଶବ୍ୟାପୀ ଧର୍ମଘଟ ହେବ। ଅର୍ଥାତ୍‌ ସେପ୍ଟେମ୍ବରରେ ମୋଟ ୪ ଦିନ ଧର୍ମଘଟ ଘୋଷଣା କରାଯାଇଛି। ଅର୍ଥାତ ସେପ୍ଟେମ୍ବର ମାସରେ ସରକାରୀ ଛୁଟି ଏବଂ ଧର୍ମଘଟକୁ ମିଶାଇଲେ ମୋଟ ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ। ସେପ୍ଟେମ୍ବର ୧୧ ଶୁକ୍ରବାର ପଡୁଥିବାବେଳେ ଏହାର ପରବର୍ତ୍ତୀ ଦୁଇ ଦିନ ବ୍ୟାଙ୍କ ଛୁଟି ଅଟେ। ସେପ୍ଟେମ୍ବର ୧୪ ଗଣେଶ ଚତୁର୍ଥୀ ପାଇଁ କେତେକ ରାଜ୍ୟରେ ଛୁଟି ରହିଛି। ୯ଟି ବ୍ୟାଙ୍କ କର୍ମଚାରୀ ଏବଂ ଅଫିସର ୟୁନିଅନର ଏକ ମିଳିତ ସଂଗଠନ ସେପ୍ଟେମ୍ବର ୨୮ ରୁ ତିନି ଦିନିଆ ଦେଶବ୍ୟାପୀ ଧର୍ମଘଟର ମଧ୍ୟ ଚେତାବନୀ ଦେଇଛି । ଯାହାକି ଅର୍ଦ୍ଧବାର୍ଷିକ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ସମୟରେ ପଡୁଛି। ସରକାର ଏବଂ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଯଦି ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ ନକରନ୍ତି ତେବେ ଅକ୍ଟୋବର ୨୬ ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରିବାକୁ ବ୍ୟାଙ୍କ ସଂଘ ନିଷ୍ପତ୍ତି ନେଇଛନ୍ତି।

ଅଧିକ ପଢନ୍ତୁ