ବିବାହର ୫ ମାସରେ ଅଲଗା ହେଲେ ବାଦଶାହ-ଇଶା

ବଲିଉଡର ବାଦଶାହ ଏବେ ନିଜ ବ୍ୟକ୍ତିଗତ ସଂପର୍କକୁ ନେଇ ପୁଣି ଚର୍ଚ୍ଚାରେ । ବାଦଶାହ ଏବଂ ପଞ୍ଜାବୀ ଅଭିନେତ୍ରୀ ଈଶା ରିଖି ଅଲଗା ହୋଇଛନ୍ତି ।ବିବାହର ମାତ୍ର କିଛି ମାସ ପରେ ଏହି ଚର୍ଚ୍ଚିତ ଦମ୍ପତି ଅଲଗା ହୋଇଯାଇଛନ୍ତି। ସେମାନଙ୍କ ସମ୍ପର୍କରେ ମତଭେଦ ଏବଂ ତିକ୍ତତାର ଖବର କିଛି ସମୟ ଧରି ପ୍ରସାରିତ ହେଉଥିଲା ଏବଂ ଏହି ଦମ୍ପତି ଏବେ ଆନୁଷ୍ଠାନିକ ଭାବରେ ପୃଥକୀକରଣକୁ ନିଶ୍ଚିତ କରିଛନ୍ତି। ସୋମବାର ସେମାନେ ସୋସିଆଲ ମିଡିଆରେ ଜାରି ଏକ ମିଳିତ ବିବୃତ୍ତି ମାଧ୍ୟମରେ ସେମାନଙ୍କର ଛାଡପତ୍ର ଘୋଷଣା କରିଛନ୍ତି।ବାଦଶାହ ଏବଂ ଈଶା କହିଛନ୍ତି ଯେ, ଦୁହେଁ ମିଶି ଏଭଳି ନିଷ୍ପତ୍ତି ନେଇଛନ୍ତି । ସେମାନେ ବର୍ତ୍ତମାନ ଅଲଗା ଅଲଗା ନିଜ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରୁଥିବାରୁ ସେମାନଙ୍କର ଗୋପନୀୟତାକୁ ସମ୍ମାନ ଦେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ଈଶା ଏବଂ ମୁଁ ପରସ୍ପର ଅଲଗା ହୋଇ ନିଜ ନିଜ ରାସ୍ତାରେ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଛୁ । ପରସ୍ପର ପ୍ରତି ସମ୍ମାନର ସହିତ ଏହି ନିଷ୍ପତ୍ତି ନେଇଛୁ । ଏହି ସମୟରେ ଆମର ଗୋପନୀୟତାକୁ ସମ୍ମାନ ଦେବାକୁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ।

ସୂଚନାଯୋଗ୍ୟ, ବାଦଶାହ ଏବଂ ଈଶା ରିଖି ସମସ୍ତଙ୍କୁ ଲୁଚାଇ ସିକ୍ରେଟ୍ ମ୍ୟାରେଜ କରିଥିଲେ । ବ୍ୟକ୍ତିଗତ ସମାରୋହ କରି ବାଦଶାହ ଏବଂ ଈଶା ବିବାହ କରିଥିଲେ । ସର୍ବଦା ସେମାନଙ୍କ ସମ୍ପର୍କକୁ ପବ୍ଲିକ ନଜରରୁ ଦୂରେଇ ରଖିଥିଲେ । ବିବାହ କରିବାକୁ ନିଷ୍ପତ୍ତି ନେବା ପୂର୍ବରୁ ଏହି ଦମ୍ପତି ପ୍ରାୟ ୪ ବର୍ଷ ଧରି ଏକାଠି ଥିବା ଜଣାଯାଇଛି । ପରେ ଈଶା ନିଜେ ଜୁନ୍ ୨୦୨୬ ରେ ଇନଷ୍ଟାଗ୍ରାମରେ ଜଣାଇଥିଲେ । ତେବେ ଏମାନଙ୍କ ବିବାହ ଭାଙ୍ଗିବା ନେଇ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଅଧିକ ପଢନ୍ତୁ