ନୂଆଦିଲ୍ଲୀରେ ହେବାକୁ ଥିବା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ପୂର୍ବରୁ ଭାରତ ଓ ରୁଷିଆ ମଧ୍ୟରେ ହେବ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେପ୍ଟେମ୍ବର ୧୧ରେ ଦିଲ୍ଲୀରେ ସାକ୍ଷାତ କରିବେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ୧୧ରେ ଦିଲ୍ଲୀରେ ସାକ୍ଷାତ କରିବେ । ବ୍ରିକ୍ସ ସମ୍ମିଳନୀ ସେପ୍ଟେମ୍ବର ୧୨ ଓ ୧୩ରେ ଆୟୋଜିତ ହେବ । ମୋଦୀ-ପୁଟିନଙ୍କ ଆଲୋଚନାରେ ଦ୍ୱିପାକ୍ଷିକ ସମ୍ପର୍କ ସହ ବ୍ୟବସାୟ ଓ ଆର୍ଥିକ ସହଯୋଗ ଉପରେ ଚର୍ଚ୍ଚା ହେବ। ରୁଷିଆର Su-57 ଯୁଦ୍ଧବିମାନ ଭାରତକୁ ବିକ୍ରି ଏବଂ ଏହା ସହ ଟେକ୍ନୋଲୋଜି ଟ୍ରାନ୍ସଫର ମଧ୍ୟ ଆଲୋଚନାରେ ରହିପାରେ । ଭାରତ-ରୁଷିଆ ପରମାଣୁ ଶକ୍ତି ସହଯୋଗ ମଧ୍ୟ ବୈଠକର ଏକ ବଡ଼ ବିଷୟ ହୋଇପାରେ।
