ପ୍ରେମ ପାଇଁ ଘର ଛାଡ଼ିଲେ । ଜଙ୍ଗଲରେ ରାତ୍ରିଯାପାନ କଲେ । ସକାଳୁ ପ୍ରେମୀଯୁଗଳ ଏକସଙ୍ଗେ ବିଷ ପିଇଦେଲେ ।ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ସେମାନେ ପ୍ରେମ ପାଇଁ ଘର ଛାଡ଼ିଥିଲେ। ହେଲେ କାହିଁକି ବିଷ ପିଇଲେ ତାହା ଅଷ୍ପଷ୍ଟ ରହିଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରେମିକାର ମୃତ୍ୟୁ ହୋଇଥିବା ବେଳେ ପ୍ରେମିକ ଗୁରୁତର ଅଛନ୍ତି । ମେଡିକାଲରେ ଏବେବି ଚାଲିଛି ଚିକିତ୍ସା ।ପ୍ରେମିକା ସିନାପାଲି ଥାନା ଅଞ୍ଚଳର ୧୭ ବର୍ଷିୟ ନାବାଳିକା ହୋଇଥଇବା ବେଳେ ପ୍ରେମିକ ୨୨ ବର୍ଷିୟ ମନୋଜ ସା । ରାତିରେ ସିନାପାଲି ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିଛି । ରାତି ସାଢ଼େ ୯ଟାରେ ନୂଆପଡ଼ା ଅତିରିକ୍ତ ତହସିଲଦାର ଦିଲୀପ ପାତ୍ର ମାଜିଷ୍ଟ୍ରେଟ ଦାୟିତ୍ୱରେ ହସ୍ପିଟାଲରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିବା ସହ ପଞ୍ଚନାମା କରିଥିଲେ । ପ୍ରେମ ପାଇଁ ପ୍ରେମିକାଙ୍କ ଜୀବନ ଚାଲିଗଲା । କିନ୍ତୁ କଣ ପାଇଁ ଉଭୟ ବିଷ ପିଇ ଦେଲେ, ତାହା ସ୍ପଷ୍ଟ ହୋଇନାହିଁ । ଆଜି ପ୍ରେମିକାଙ୍କ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।
