ଭାରତରେ ମଧ୍ୟରାତ୍ରିରେ ହଠାତ୍ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଦେଶର ବିଭିନ୍ନ ରାଜ୍ୟ ସହିତ ପଡ଼ୋଶୀ ଦେଶଗୁଡ଼ିକରେ ମଧ୍ୟ ଏକାସାଙ୍ଗରେ ଭୂକମ୍ପ ମାପ କରାଯାଇଛି । ଆଜି ସକାଳେ ତିଦ୍ଦତରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ୩.୭ ଥିବା ଜଣାପଡିଛି ।
ଶୁକ୍ରବାର ତିବ୍ଦତରେ ହୋଇଥିବା ଭୂମିକମ୍ପ ବିଷୟରେ ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ସୂଚନା ଜାରି କରିଛି । ସଂସ୍ଥା ଅନୁଯାୟୀ, ଶୁକ୍ରବାର ଭୋର ୪ଟା ୨ ମିନିଟ୍ ସମୟରେ ତିବ୍ଦତରେ ୩.୭ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୩୦ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା । ଲଗାତାର ବିଭିନ୍ନ ସ୍ଥାନରେ ଭୂକମ୍ପ ହେବା କାରଣରୁ ସାଧାରଣରେ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି ହୋଇଛି । ତେବେ ଆଶ୍ୱସ୍ତିର କଥା ଏ ଯେ, ଏପର୍ଯ୍ୟନ୍ତ ଏହି ସମସ୍ତ ଭୂକମ୍ପ ଯୋଗୁଁ କୌଣସି ପ୍ରକାରର କ୍ଷୟକ୍ଷତି କିମ୍ବା ଜୀବନହାନି ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ ।
