ଆସନ୍ତାକାଲି ସୁଭଦ୍ରା ଯୋଜନାକୁ ଦୁଇ ବର୍ଷ ପୂରଣ ହେବାକୁ ଯାଉଛି । ଏହା ଭିତରେ ହିତାଧିକାରୀଙ୍କୁ ୫ଟି କିସ୍ତି ଦିଆଯାଇଛି । କୋଟିଏରୁ ଅଧିକ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ପୁଣି ଥରେ ଖୋଲିବାକୁ ଯାଉଛି ପୋର୍ଟାଲ । ଯାହାଦ୍ୱାରା କି ଆବେଦନ କରିପାରିବେ ହିତାଧିକାରୀ । ଆସନ୍ତା ଏପ୍ରିଲ୍ରେ ଖୋଲିବାକୁ ଯାଉଛି ପୋର୍ଟାଲ । ଯେଉଁମାନେ ଆବେଦନ କରିନାହାନ୍ତି କିମ୍ବା ଯେଉଁମାନେ କୌଣସି କାରଣ ପାଇଁ ଏଥିରେ ବଞ୍ଚିତ ହୋଇଯାଇଥିଲେ । ସେମାନଙ୍କ ପାଇଁ ସୁଯୋଗ । ଖାସ୍ କରି ଯେଉଁ ହିତାଧିକାରୀଙ୍କୁ ୨୧ ବର୍ଷ ବୟସ ହୋଇଥିବ । ସେମାନଙ୍କ ପାଇଁ ଖୁସିର ଖବର ।
