ସୃଷ୍ଟି ହେଲାଣି ଘୂର୍ଣ୍ଣିବଳୟ, ୨୪ ବେଳକୁ ଛୁଇଁପାରେ ଉପକୂଳ

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଆଗକୁ ଲଘୁଚାପର ରୂପ ନେବ। ଉତ୍ତର ଥାଇଲାଣ୍ଡ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୧୯ରେ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ ଆଶଙ୍କା। ଏହା ସମୁଦ୍ର ପତ୍ତନ ଠାରୁ ୭.୬ କିଲୋମିଟର ଉଚ୍ଚତା ପର୍ୟ୍ୟନ୍ତ ବ୍ୟାପିଛି। ୧୮ ସେପ୍ଟେମ୍ବର ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି ଏବଂ ଏହାର ପ୍ରଭାବରେ ୧୯ସେପ୍ଟେମ୍ବର ୨୦୨୬ ସନ୍ଧ୍ୟା ସୁଦ୍ଧା ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ୧୯ ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ୨୦ରେ ଲଘୁଚାପ, ୨୨ ବେଳକୁ ଅବପାତର ରୂପ ନେବା ସମ୍ଭାବନା । ୨୪ ତାରିଖ ବେଳକୁ ଗଭୀର ଅବପାତ ଅବସ୍ଥାରେ ଓଡ଼ିଶା ଉପକୂଳ ଛୁଇଁପାରେ । ଯଦି ଏହା ବାତ୍ୟା ହୁଏ, ଅଧିକ ଘନୀଭୂତ ହେବନାହିଁ । ଅଳ୍ପ ସମୟ ପାଇଁ ସମୁଦ୍ର ଭିତରେ ବାତ୍ୟାର ରୂପ ନେଇପାରେ । କିନ୍ତୁ ପ୍ରବଳରୁ ଅତି ପ୍ରବଳ ବର୍ଷା କରାଇବ । କଟକ, ଖୋର୍ଦ୍ଧା, ନୟାଗଡ଼, ଅନୁଗୁଳ, ଯାଜପୁରରେ ପ୍ରବଳ ବର୍ଷା ହୋଇପାରେ।GFS, ECMWF ଭଳି ଆନ୍ତର୍ଜାତିକ ମଡେଲ୍ ମଧ୍ୟ ବାତ୍ୟା ଆଶଙ୍କା କରିଛନ୍ତି । ତୀବ୍ରତା, ଗତିପଥ, ସ୍ଥଳଭାଗ ଛୁଇଁବା ସ୍ଥାନ ଏବେ ମଧ୍ୟ ଅନିଶ୍ଚିତତାରେ।

ଅଧିକ ପଢନ୍ତୁ