ଲିଫ୍ଟ ଦେବା ଆଳରେ 2 ଆଦିବାସୀ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, 5 ଅଟକ

ସୁନ୍ଦରଗଡ଼ ଜିଲ୍ଲାରେ ଦୁଇ ଜଣ ଆଦିବାସୀ ଝିଅଙ୍କୁ ଗଣଦୁଷ୍କର୍ମ । ମୋଟରସାଇକେଲରେ ଲିଫ୍ଟ ଦେବା ଆଳରେ ପାଞ୍ଚ ଜଣ ଯୁବକ ସେମାନଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ବୀରମିତ୍ରପୁର ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ ହେବା ପରେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ତେବେ ଅଭିଯୁକ୍ତମାନେ ଯୁବତୀ ଦୁଇ ଜଣଙ୍କ ସହ ପୂର୍ବରୁ ପରିଚିତ ଥିଲେ ବୋଲି ପୋଲିସ କହିଛି ।ଯୁବତୀମାନେ ଘରକୁ ଫେରିବାରେ ପରେ ଘଟଣା ବିଷୟରେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଜଣାଇଥିଲେ । ପ୍ରଥମେ ଆଦିବାସୀ ସମ୍ପ୍ରଦାୟର ବୟସ୍କଙ୍କ ସହିତ ଏହି ବିଷୟରେ ଆଲୋଚନା କରାଯାଇଥିଲା । ପରେ ଏନେଇ ଗତକାଲି (ବୁଧବାର) ଦିନ ବିଳମ୍ବିତ ରାତିରେ ବୀରମିତ୍ରପୁର ପୋଲିସ ଷ୍ଟେସନକୁ ଯାଇ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିବା ନେଇ ଏକ ଏଫଆଇଆର ଦାଖଲ କରିଥିଲେ ।ପରେ ଦୁଇ ଯୁବତୀଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି । ପୋଲିସ ପାଞ୍ଚ ଜଣ ଯୁବକଙ୍କୁ ଅଟକ ରଖିଛି ଏବଂ ସେମାନଙ୍କୁ ପଚରାଉଚରା କରୁଛି ।

ଅଧିକ ପଢନ୍ତୁ