ଯାତ୍ରା ସମୟରେ ମଞ୍ଚ ଉପରକୁ ଚେୟାର ଓ ବୋତଲ ମାଡ । ନୂଆପାଟଣାରେ ‘ସନାତନୀ’ ନାଟକ ପରିବେଷଣ ବେଳେ ଏକ ଦୃଶ୍ୟକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଧର୍ମାନ୍ତରୀକରଣ ଦୃଶ୍ୟକୁ ବିରୋଧ କରି କିଛି ଦର୍ଶକ ମଞ୍ଚ ଉପରକୁ ଚେୟାର ଓ ପାଣି ବୋତଲ ଫିଙ୍ଗିଥିବା ଦେଖାଯାଇଛି। ଏହି ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ନୂଆପାଟଣାରେ ଯାତ୍ରା ପରିବେଷଣ ବେଳେ।ଖବର ଅନୁଯାୟୀ, । କଟକ ତିଗିରିଆ ଥାନା ନୂଆପାଟଣାରେ ଅପେରା ଯାଜ୍ଞସେନୀ ପକ୍ଷରୁ ଚାଲିଥିଲା ନାଟକ ‘ସନାତନୀ’ । ଏହି ଯାତ୍ରା ଚାଲୁଥିବା ସମୟରେ ଏକ ଆପତ୍ତି ଜନକ ଦୃଶ୍ୟ ପରିବେଶଣ କରିଥିଲେ କଳାକାର । ଯାହାକୁ ଦେଖି ଉପସ୍ଥିତ ଥିବା ଯାତ୍ରାପ୍ରେମୀମାନେ ରାଗିଯାଇଥିଲା । ଏପିରିକି ବସିଥିବା ଚେୟାରକୁ ଷ୍ଟେଜ୍ ଉପରକୁ ଫିଙ୍ଗିଥିଲେ । ଏହାସହିତ ନିଜ ପିନ୍ଧିଥିବା ଚପଲ ମଧ୍ୟ ଫୋପାଡିଥିଲେ । କିଛି ସମୟ ଧରି ଏହିପରି ଚାଲିଥିଲା । ପରେ କମିଟି ସଦସ୍ୟ ଏବଂ ଯାତ୍ରା ପାର୍ଟିର କଳାକାରମାନେ ବୁଝାସୁଝା କରିଥିଲେ । ଯାହାପରେ ବିବାଦ ଥମିଥିଲା । ଆଉ ପୁଣି ଥରେ ଯାତ୍ରା ଆରମ୍ଭ ହୋଇଥିଲା । ଯାତ୍ରାରେ ଏବେ ଟ୍ରେଣ୍ଡ ଚାଲିଛି ଚେୟାର ସହ ପାଣି ବୋତଲ ମାଡ । କେତେବେଳେ ଆପତ୍ତି ଜନକ ଦୃଶ୍ୟ ପାଇଁ ତ ଆଉ କେତେବେଳେ ଧର୍ମାନ୍ତିକରଣ ଦୃଶ୍ୟ ପରିବେଷଣ ପାଇଁ ଦର୍ଶକ ମାନେ କଳାକାରଙ୍କୁ ବିରୋଧ କରୁଛନ୍ତି । ଚେୟାର ପାଣି ବୋତଲ ଫିଙ୍ଗି ସିଧା ସଳଖ ପ୍ରତିବାଦ କରୁଛନ୍ତି।
