୪ ଆଇପିଏସ ବଦଳି, ଭୁବନେଶ୍ୱର ଡିସିପି ହେଲେ ଡ. ସରବଣା ବିବେକ

ରାଜ୍ୟରେ ଆଇପିଏସ୍ ଅଧିକାରୀ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର । ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ୪ ଜଣ ଆଇପିଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । । ଏହି କ୍ରମରେ ବରହମପୁର ଡିସିପି ଥିବା ସରବଣା ବିବେକ ଏମଙ୍କୁ ଭୁବନେଶ୍ୱର ଡିସିପି ଦାୟିତ୍ୱ ଦଆଯାଇଛି । ସେହିଭଳି ବ୍ରହ୍ମପୁର ଏସପି ଭାବେ ଅଭିନବ ସୋନକରଙ୍କୁ ଦାୟିତ୍ୱ ଦିଆଯାଇଛି । ଢେଙ୍କାନାଳ ଏସପି ଭାବେ ଆଜିଙ୍କ୍ୟ ବି.ମାନେଙ୍କୁ ଦାୟିତ୍ୱ ମିଳିଛି । ବରଗଡ଼ ଏସଡିପିଓ ଭାବେ ଏବି.ଶିଲ୍ପାଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ପାରାଦୀପର ଅତିରିକ୍ତ ଏସପି ମନେ ଅଜିଙ୍କ୍ୟ ବାବୁରାଓଙ୍କୁ ଢେଙ୍କାନାଳ ଏସପି ଭାବେ ନୂଆ ଦାୟିତ୍ୱ ମିଳିଛି। ଗୃହ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟପାଳଙ୍କ ଆଦେଶକ୍ରମେ ଏହି ବଦଳି ଓ ନିଯୁକ୍ତି କରାଯାଇଛି । ନୂଆ ଦାୟିତ୍ୱ ମିଳିବା ପରେ ସମ୍ପୃକ୍ତ ଅଧିକାରୀମାନେ ନିଜ ନିଜ ପଦରେ ଯୋଗଦେବେ ।

ଅଧିକ ପଢନ୍ତୁ