ଶିକ୍ଷା ବଞ୍ଚାଓ ଆନ୍ଦୋଳନ, ବିଧାନସଭା ଘେରାଉ କରିବ ବିଜୁ ଛାତ୍ର ଜନତା ଦଳ

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜାରି ରହିଛି ‘ଶିକ୍ଷା ବଞ୍ଚାଓ’ ଆନ୍ଦୋଳନ । ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଏବଂ ଛାତ୍ରଛାତ୍ରୀଙ୍କୁ ବହି ଯୋଗାଇବା ଦାବିରେ ବିଧାନସଭା ଘେରାଉ କରାଯାଇଛି ।ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ଦ୍ୱିତୀୟ ଦିନରେ ମଧ୍ୟ ସରକାରଙ୍କୁ ଘେରିବାକୁ ବିଜେଡି ପକ୍ଷରୁ ରଣନୀତି କରାଯାଇଛି। ବିଧାନସଭା ଘେରାଉ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ବିଜୁ ଛାତ୍ର ଜନତା ଦଳର କର୍ମୀ ଓ ସମର୍ଥକମାନେ ଏକାଠି ହୋଇଛନ୍ତି ।। ଆଜି ସବୁ ଜିଲ୍ଲାର ସାଂଗଠନିକ କାର୍ଯ୍ୟକର୍ତ୍ତା ଏହାକୁ ଦୃଷ୍ଟିରେ ରଖି ବିଧାନସଭାକୁ ତ୍ରିସ୍ତରୀୟ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି । ଗାନ୍ଧି ମାର୍ଗରେ ପୋଲିସ ଛାଉଣୀ ହୋଇଛି ।

ଅନ୍ୟପଟେ ବିଜେପି ମଧ୍ୟ ଏହି ସମାନ ପ୍ରସଙ୍ଗ ନେଇ ବିଧାନସଭାରେ ହୋହାଲ୍ଲା ଏବଂ ନାରାବାଜି କରିଥିଲା । ପାଠ୍ୟ ପୁସ୍ତକ ତ୍ରୁଟି ନେଇ ନାରାବାଜି କରିଥିଲା । ଯାହାଫଳରେ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ।

ଅଧିକ ପଢନ୍ତୁ