ସୁନା କିଣିବା ବେଳେ, ପେଟ୍ରୋଲ ପକାଇବା ବେଳେ ରୁହନ୍ତୁ ସାବଧାନ। କାରଣ ଓଜନ ମାପର ଠକୁଛନ୍ତି ଦୋକାନୀ । ଏଭଳି ତଥ୍ୟ ଆସିଛି ବିଧାନସଭାରୁ । ମାପ ଓଜନରେ ୩ ବର୍ଷରେ ସାମ୍ନାକୁ ଆସିଲାଣି ୨୩୦ଟି ଠକେଇ ମାମଲା । ସୁନା ଗହଣା ଠକେଇରେ ମୋଟ ୧୭ଟି ମାମଲା ରୁଜୁ ହୋଇଥିବାବେଳେ ପେଟ୍ରୋଲ ପମ୍ପ୍ ରେ ୧୦୯ଟି ଠକେଇ ମାମଲା ସାମ୍ନାକୁ ଆସିଛି । ମାପ ଓଜନ ଠକେଇ ମାମଲାରେ ମୋଟ ୩୨ ଲକ୍ଷ ୧୦ ହଜାର ଫାଇନ୍ ଆଦାୟ ହୋଇଛି । ସୁନା ଠକେଇ ମାମଲାରେ ୨ ଲକ୍ଷ ୮୩ ହଜାର ଫାଇନ୍ ଆଦାୟ ହୋଇଛି । ସେହିଭଳି ପେଟ୍ରୋଲ ପମ୍ପ୍ ଠକେଇରେ ୧୪ ଲକ୍ଷ ୩୬ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ବିଧାନସଭା ତଥ୍ୟରୁ ଜଣାପଡ଼ିଛି ।
