ପ୍ରଥମ ରାଜ୍ୟ ସ୍ତରୀୟ ନୟାଗଡ଼ ଚ୍ୟାଲେଞ୍ଜ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପ୍ରସ୍ତୁତି ବୈଠକ

ନୟାଗଡ଼,(ଓଡ଼ିଶା ଦର୍ପଣ):ନବଗଠିତ ନୟାଗଡ଼ ୟୁନାଇଟେଡ଼ ସ୍ପୋର୍ଟ୍ସ ଆସୋସିଏସନ୍ ଆନୁକୂଲ୍ୟରେ ନୟାଗଡ଼ ଖେଳପଡ଼ିଆରେ ଆଗାମୀ ଡିସେମ୍ବର ମାସ ତୃତୀୟ ସପ୍ତାହରେ ପ୍ରଥମ ନୟାଗଡ଼ ଚ୍ୟାଲେଞ୍ଜ ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ଆଜି ଖେଳପଡ଼ିଆ ମଞ୍ଚରେ ବରିଷ୍ଠ ଆଇନଜୀବୀ ରଣଜିତ୍ ଦାଶଙ୍କ ଆବାହକତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ପ୍ରତିଷ୍ଠିତ ଫୁଟବଲ୍ ଖେଳାଳି ବିଶିଷ୍ଟ ଦଳ ମାନଙ୍କୁ ନେଇ ଏକ ଉଚ୍ଚକୋଟିର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟଜନ କରିବା ପାଇଁ ନିଷ୍ପତି ଗ୍ରହଣ କରlଯାଇଛି । ନୟାଗଡ଼ ସୁନାମାଧନ୍ୟ ଫୁଟବଲ୍ ଖେଳାଳି ମାନଙ୍କ ଏକ ଦଳ ଗଠନ କରାଯାଇ ଟୁର୍ଣ୍ଣାମେଣ୍ଟର ପ୍ରମୁଖ ଅଂଶୀଦାର ଦଳ ଭାବରେ ଖେଳlଇବା ପାଇଁ ନିଷ୍ପତି କରାଯାଇଛି। ଏହି ରାଜ୍ୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟକୁ ଶୃଙ୍ଖଳିତ ଢଙ୍ଗରେ ସଫଳତା ସହ ପରିଚାଳନା କରିବା ପାଇଁ  ଟୁର୍ଣ୍ଣାମେଣ୍ଟ କମିଟି ଗଠନ କରାଯାଇ ଏହାର  ସଭାପତି ଭାବେ ବିଶିଷ୍ଟ ସମାଜସେବୀ ପ୍ରମାଦ ପଟ୍ଟନାୟକଙ୍କୁ ମନୋନୟନ କରାଯାଇଥିବା ବେଳେ ଉପ ସଭାପତି ଭାବେ ହାସିମ୍ ଖାଁ, ସମ୍ପାଦକ ଭାବେ  କମଳ ଚରଣ ସାହୁ ଏବଂ ସାଂଗଠାନିକ ସମ୍ପାଦକ ଭାବେ ଶିବ ରଞ୍ଜନ ସାହୁଙ୍କୁ ମନୋନୀତ କରାଯାଇଛି l ଖୁବଶୀଘ୍ର ଏହାର କାର୍ଯ୍ୟକାରୀ କମିଟି ସମ୍ପର୍କରେ ସୂଚନା ଦିଆଯିବ l ଆଜିର ଏହି ପ୍ରସ୍ତୁତି ବୈଠକ ରେ ଏକ ମହିଳା ଫୁଟବଲ୍ ପ୍ରଦର୍ଶନୀ ମ୍ୟାଚ ସହ ଆଠଦିନ ବ୍ୟାପି ଖେଳ ଚାଲିବ ବୋଲି ମଧ୍ୟ ନିଷ୍ପତି କରାଯାଇଛି l ଅନ୍ୟ ମାନଙ୍କ ମଧ୍ୟରେ  ଲକ୍ଷ୍ମୀଧର ତ୍ରିପାଠୀ,ଅମଜାଦ ଖାଁ ,ପୀତବାସ ଖୁଣ୍ଟିଆ , ସେକ୍ ମସୁଜୁଦ ହୁସେନ, ପୂର୍ଣ୍ଣଚନ୍ଦ୍ର ସାନ୍ତ, ଓମ୍ ପ୍ରକାଶ ପ୍ରଧାନ, ଅଶୋକ କୁମାର ମଲ୍ଲିକ୍ ,ମଲ୍ଲିକ୍ ସାହିଦ, ସହାବାଜ ଖାଁ, ସଲମାନ୍ ଖାଁ, ପ୍ରତୀକ ମହାପାତ୍ର , ବିଶ୍ୱଜିତ୍ ବେହେରା, ହୂରସିଦ ମଲ୍ଲିକ୍ , ଅରବିନ୍ଦ ପାଢ଼ୀ, ନିଶିକାନ୍ତ ବେହେରା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସର୍ବସମ୍ମତି କ୍ରମେ ଆବାହକ  ରଣଜିତ୍ ଦାଶ ଙ୍କୁ ଟୁର୍ଣ୍ଣାମେଣ୍ଟ ମୁଖ୍ୟ ପୁଷ୍ଠପୋଷକ ଭାବେ ଗ୍ରହଣ କରାଯାଇଛି। ଶେଷରେ
ଉପ ସଭାପତି ହାସିମ ଖାଁ ଧନ୍ୟବାଦ ଦେଇଥିଲେ ।

ଅଧିକ ପଢନ୍ତୁ