ଓରାଙ୍ଗଉଟାନ ଘଟଣା ପଛରେ ବଡ଼ ରାକେଟ୍‌ର ସନ୍ଦେହ : ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଓରାଙ୍ଗଉଟାନକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ବଡ଼ ବୟାନ । ଘଟଣା ପଛରେ ଏକ ବଡ଼ ରାକେଟ୍ ରହିଥିବା ସନ୍ଦେହ କରାଯାଉଥିବା ବେଳେ, ଏହାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି ।ଏବେ ନନ୍ଦନକାନନରେ ରହିଥିବା ସମସ୍ତ ଓରାଙ୍ଗଉଟାନ୍ ଶାବକ ସୁସ୍ଥ ଅଛନ୍ତି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ।ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଘଟଣାକୁ ନେଇ ତଦନ୍ତକାରୀ ସଂସ୍ଥା ବିଭିନ୍ନ ଦିଗରୁ ତଦନ୍ତ କରୁଛି। ଓରାଙ୍ଗଉଟାନଙ୍କ ଆସିବା, ସେମାନଙ୍କ ସହ ଜଡ଼ିତ ବ୍ୟକ୍ତି ଓ ଘଟଣାର ପଛରେ ଥିବା ସମ୍ଭାବ୍ୟ ନେଟୱର୍କ ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଥିବା ଜଣାପଡ଼ିଛି । ତଦନ୍ତକାରୀ ସଂସ୍ଥାର ରିପୋର୍ଟ ଆସିବା ପରେ ଓରାଙ୍ଗଉଟାନ ଘଟଣାର ପୂରା ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।

ଅଧିକ ପଢନ୍ତୁ