କଟକ ବାଲିଯାତ୍ରା ୨୦୨୬: ଗତବର୍ଷର ତ୍ରୁଟିରୁ ଚେତିଲା ଜିଲ୍ଲା ପ୍ରଶାସନ, ଏଥର ଉପରପଡିଆରେ ଖୋଲିବ ୫୯୧ ଷ୍ଟଲ୍

ଚଳିତ ବର୍ଷ କଟକ ବାଲିଯାତ୍ରା ଉଭୟ ତଳ ଓ ଉପର ପଡିଆ ରେ ଅନୁଷ୍ଠିତ ହେବ। ତେବେ ବାଲିଯାତ୍ରା ପଡ଼ିଆର ପ୍ରାୟ ୧ ଲକ୍ଷ ୯୩ ହଜାର ୩ଶହ ବର୍ଗଫୁଟ୍ ସ୍ଥାନରେ ଚଳିତ ଥର ପ୍ଲଟ୍ ଆବଣ୍ଟନ କରାଯିବା ନେଇ ନିଷ୍ପତି କରିଛି କଟକ ଜିଲ୍ଲା ପ୍ରଶାସନ ।ଯେଉଁଥିରେ ୫୯୧ ଷ୍ଟଲ୍ ରହିଛି । ଏଥିରେ ଖାଦ୍ୟ, ମନୋରଞ୍ଜନ, ସରକାରୀ ଓ କର୍ପୋରେଟ୍ ଜୋନ୍ ରହିବ ।

ଚଳିତବର୍ଷ ଦର୍ଶକଙ୍କ ଭିଡ଼, ବ୍ୟବସାୟିକ ଆବଶ୍ୟକତା, ମନୋରଞ୍ଜନ ଓ ବିଭିନ୍ନ ସରକାରୀ, ବେସରକାରୀ ପ୍ରଦର୍ଶନୀକୁ ଦୃଷ୍ଟିରେ ରଖି ପଡ଼ିଆକୁ ଏକ ସୁସଂଗଠିତ ଲେଆଉଟ୍‌ରେ ବିକଶିତ କରିବାର ଯୋଜନା କରାଯାଇଛି ।ଚଳିତ ଥର ଉପର ବାଲିଯାତ୍ରା ପଡ଼ିଆରେ ପ୍ରାୟ ୧୫ହଜାର ବର୍ଗଫୁଟ୍ ସ୍ଥାନର ଏକ ସ୍ୱତନ୍ତ୍ର ଆମ୍ୟୁଜ୍ମେଣ୍ଟ ଜୋନ୍ ଚିହ୍ନଟ କରାଯାଇଛି । ଏହି ଅଞ୍ଚଳରେ ମନୋରଞ୍ଜନ ସମ୍ପର୍କିତ କାର୍ଯ୍ୟକଳାପକୁ ସ୍ୱତନ୍ତ୍ର ଭାବେ ରଖିବାର ଯୋଜନା ଥିବାରୁ ପରିବାର ସହ ବାଲିଯାତ୍ରା ବୁଲିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ଏହା ଏକ ଆକର୍ଷଣୀୟ ସ୍ଥାନ ହେବାର ସମ୍ଭାବନା ରହିଛି।ଅନ୍ୟପକ୍ଷରେ ଉପରପଡିଆରେ କର୍ପୋରେଟ୍ ସଂସ୍ଥା ଓ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକର ଅଂଶଗ୍ରହଣ ପାଇଁ ମଧ୍ୟ ସ୍ଥାନ ଚିହ୍ନଟ ହୋଇଛି । ପ୍ରାୟ ୧୫,୦୦୦ ବର୍ଗଫୁଟ୍ କର୍ପୋରେଟ୍ ଜାଗା ରଖାଯାଇଛି । ଏହା ବ୍ୟତୀତ ଏମ୍ଏସ୍ଏମ୍ଇ ପାଇଁ ପ୍ରାୟ ୧୦,୦୦୦ ବର୍ଗଫୁଟ୍ ସ୍ଥାନ ଚିହ୍ନଟ ହୋଇଛି । ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଷ୍ଟଲ୍ ଖୋଲିବା ପାଇଁ ମଧ୍ୟ ୫,୦୦୦ ବର୍ଗଫୁଟ୍ ଅଞ୍ଚଳ ଦର୍ଶାଯାଇଛି ।

ଅଧିକ ପଢନ୍ତୁ