ଆସନ୍ତା ୨ ଦିନ ଯାଏଁ ଓଡ଼ିଶାରେ ହାଲକାରୁ ମଧ୍ୟମ ଵର୍ଷା ହେବା ସମ୍ଭାବନା

ବର୍ତ୍ତମାନ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତାରେ ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୨ ଦିନ ଯାଏଁ ଓଡ଼ିଶାରେ ହଳୁକାରୁ ମଧ୍ୟମ ଵର୍ଷା ହେବ । ଆସନ୍ତାକାଲି କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜରେ ହାଲୁକରୁ ମଧ୍ୟ ଧରଣର ବର୍ଷା ସହ ୩୦ରୁ ୪୦ କିମି ପବନ ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପରେ ଆଗାମୀ ୫ ଦିନ ଯାଏ ବର୍ଷା ସମ୍ଭାବନା ନଥିବା ବେଳେ କୌଣସି ଚେତାବନୀ ନଥିବା ପୂର୍ବାନୁମାନ କରାଯାଇଛି ।ଅନ୍ୟପଟେ ୧୪ କିମି ବେଗରେ ଆଗକୁ ବଢୁଛି ଅବପାତ । ଆଜି ସନ୍ଧ୍ୟା ସୁଦ୍ଧା ଆହୁରି ଘନୀଭୂତ ହୋଇ ଗଭୀର ଅବପାତ ଭାବେ ମିଆଁମାର ଉପକୂଳକୁ ୟାଙ୍ଗୁନ ଏବଂ କ୍ୟାୟିକଟୋ ମଧ୍ୟରେ ଅତିକ୍ରମ କରିବା ସମ୍ଭାବନା ରହିଛି । ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀ ମିଆଁମାର ଉପକୂଳ ଉପରେ ଥିବା ସ୍ପଷ୍ଟ ଲଘୁଚାପ କ୍ଷେତ୍ରଟି ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଏକ ଅବପାତରେ ପରିଣତ ହୋଇଛି ।

ଅଧିକ ପଢନ୍ତୁ