ଆସନ୍ତାକାଲି ହେବ ଓଏସଏସଟିଇଟି ପରୀକ୍ଷା 

ଆସନ୍ତାକାଲି ହେବ ଓଏସଏସଟିଇଟି । ସ୍ଥଗିତ ହୋଇନି ଓଏସଏସଟିଇଟି , ଆସନ୍ତାକାଲି ହିଁ ପରୀକ୍ଷା ହେବ । ଆସନ୍ତାକାଲି ଓଏସଏସଟିଇଟି ହେବା ନେଇ ସ୍ପଷ୍ଟ କଲେ ବୋର୍ଡ ସଭାପତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ କାଲି ଓଏସଏସଟିଇଟି ହେବ । କୌଣସି ପରୀକ୍ଷାର୍ଥୀ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ । ସଭାପତି ଆହୁରି କହିଛନ୍ତି, ବୋର୍ଡ ପରୀକ୍ଷା ସ୍ଥଗିତ ନେଇ କୌଣସି ନିଷ୍ପତ୍ତି ନେଇନି ।୩୦ ଟି ଜିଲ୍ଲାର ୨୬୧ ଟି ପରୀକ୍ଷା କେନ୍ଦ୍ରରେ ୫୯ ହଜାର ୩୫୩ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଛନ୍ତି । ସକାଳ ୯ ଟାରୁ ସାଢ଼େ ୧୧ ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଗୋଟିଏ ସିଟିଂରେ ହେବ ଏହି ପରୀକ୍ଷା । ପରୀକ୍ଷାର୍ଥୀ ମାନେ ସକାଳ ୭ ଟା୪୫ ମିନିଟ ସୁଦ୍ଧା ପହଞ୍ଚିବାକୁ ପରାମର୍ଶ ଦେଇଛି ବୋର୍ଡ। ମାଧ୍ୟମିକ ଶିକ୍ଷା ପରିଷଦ ଏହି ପରୀକ୍ଷା ପରିଚାଳନା କରୁଛି ।

ଅଧିକ ପଢନ୍ତୁ