ଯବାନଙ୍କ ଗୁଳିରେ ୪ ଜଣ CISF କର୍ମଚାରୀଙ୍କ ମୃତ୍ୟୁ

ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ CISF କ୍ୟାମ୍ପ ଭିତରେ ଭୟଙ୍କର ଗୁଳିକାଣ୍ଡ। ଜଣେ CISF ଯବାନଙ୍କ ଗୁଳିରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ସମେତ ୪ ଜଣ CISF କର୍ମଚାରୀଙ୍କ ମୃତ୍ୟୁ । ଆଜି ସନ୍ଧ୍ୟା ପ୍ରାୟ ୭ଟାରେ କଠୁଆର ବସୋହଲି ମାସ୍କା ଗାଁ ନିକଟ ସେୱା ଜଳବିଦ୍ୟୁତ ପ୍ରକଳ୍ପ ସୁରକ୍ଷାରେ ନିୟୋଜିତ CISF କ୍ୟାମ୍ପରେ ଏହି ଘଟଣା ଘଟିଛି।ମୃତକମାନଙ୍କ ମଧ୍ୟରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅଙ୍କିତ କୁମାର ପାଣ୍ଡେ, ସବ୍ -ଇନ୍ସପେକ୍ଟର ଲକ୍ଷ୍ମଣ ସିଂହ ଏବଂ ଦୁଇ କନଷ୍ଟେବଳ ରଫିକ ଅହମ୍ମଦ ଓ ସନ୍ଦୀପ କୁମାର ରହିଛନ୍ତି। ଘଟଣା ପରେ ଅଭିଯୁକ୍ତ ହେଡ୍ କନଷ୍ଟେବଳଙ୍କୁ ପୋଲିସ ତା ହେପାଜତକୁ ନେଇଛି। କଠୁଆ ପୋଲିସ ସହ CISFର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଅଧିକ ପଢନ୍ତୁ