କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍ ଟିଚର ଏଲିଜିବିଲିଟି ଟେଷ୍ଟ ବା OSSTET । ୩୦ଟି ଜିଲ୍ଲାର ୨୬୧ଟି ପରୀକ୍ଷା କେନ୍ଦ୍ରରେ ୫୯ ହଜାର ୩୫୩ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଛନ୍ତି । ସକାଳ ୯ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ମାଧ୍ୟମିକ ସ୍ତରରେ ଶିକ୍ଷକ ହେବାକୁ ଯୋଗ୍ୟତା ହାସଲ ପାଇଁ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଛନ୍ତି ।ପରୀକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ଲାଗି ବୋର୍ଡ କାର୍ଯ୍ୟାଳୟରେ ଏକ କମାଣ୍ଡ୍ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ସିସିଟିଭି ନଜରରେ ପରୀକ୍ଷା କେନ୍ଦ୍ର ରହିଥିବାରୁ ପରୀକ୍ଷା ସମୟରେ କପି କିମ୍ବା ଅନ୍ୟ କିଛି ଅନିୟମିତତା ହେଲେ କଣ୍ଟ୍ରୋଲ୍ ରୁମରେ ବସିଥିବା ଅଧୂକାରୀମାନେ ଜାଣିପାରିବେ ବୋଲି କର୍ତ୍ତୃପକ୍ଷ କହିଛନ୍ତି।OSSTETରେ ଦୁଇଟି ପେପର୍ ର ବ୍ୟବସ୍ଥା ରହିଛି। ସାଧାରଣତଃ ଟିଜିଟି ଓ ଅନ୍ୟ ନିର୍ଦ୍ଦିଷ୍ଟ ବର୍ଗର ଶିକ୍ଷକ ପଦ ପାଇଁ ପେପର୍-୧ ଓ ଶାରୀରିକ ଶିକ୍ଷା ଶିକ୍ଷକଙ୍କ ପାଇଁ ପେପର୍-୨ ରହିଥାଏ ।
