ପୂର୍ବତନ ଜିଲ୍ଲା ବିଚାରପତିଙ୍କ ଆବେଦନ ଖାରଜ ।ଆମ ପାଇଁ ସମସ୍ତେ ସମାନ କହିଲେ ସୁପ୍ରିମ୍‌କୋର୍ଟ

ପୂର୍ବତନ ଜିଲ୍ଲା ବିଚାରପତିଙ୍କ ଆବେଦନ ଖାରଜ କଲେ ସୁପ୍ରିମ୍‌କୋର୍ଟ । ଚାକିରିରୁ ଅବୈଧ ବହିଷ୍କାରକୁ ଚ୍ୟାଲେଞ୍ଜ କରି ଆହ୍ଲାବାଦ ହାଇକୋର୍ଟରେ ଦାୟର କରିଥିବା ଆବେଦନର ଶୀଘ୍ର ଶୁଣାଣି ପାଇଁ ଜଣେ ପୂର୍ବତନ ଜିଲ୍ଲା ନ୍ୟାୟାଧୀଶ କରିଥିବା ନିବେଦନକୁ ଗୁରୁବାର ସୁପ୍ରିମ୍‌କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି ।ପଦ ଆଧାରରେ କାହାରିକୁ ପ୍ରାଥମିକତା ମିଳିପାରିବନି। ସମ୍ବିଧାନ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମାନ ଭାବେ ନ୍ୟାୟ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଅଧିକାର ଦେଇଥାଏ। ଅଦାଲତଙ୍କ ପାଇଁ ବସ୍ କଣ୍ଡକ୍ଟରଙ୍କଠାରୁ ଆରମ୍ଭ କରି ପ୍ରମୁଖ ସଚିବ ସଭିଏଁ ସମାନ ବୋଲି ସୁପ୍ରିମକୋର୍ଟ କହିଛନ୍ତି।ପୂର୍ବତନ ଜିଲ୍ଲା ଜଜ୍‌ଙ୍କ ଓକିଲ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ, ଆହ୍ଲାବାଦ ହାଇକୋର୍ଟରେ ଅନେକ ମାମଲା ବକେୟା ଥିବାରୁ ଚାକିରିରୁ ବହିଷ୍କାର କରାଯିବା ଆବେଦନର ନିଷ୍ପତ୍ତି ହୋଇପାରିନାହିଁ । ଉଚ୍ଚ ଅଦାଲତରେ ଅତ୍ୟଧିକ ମାମଲା ବୋଝ ରହିଛି ଏବଂ ଏଥିପାଇଁ ସମୟ ଲାଗୁଛି ବୋଲି ଆବେଦନକାରୀଙ୍କ ଓକିଲ କହିଥିଲେ । ତେବେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଯଦି ଏହି ମାମଲାକୁ ପ୍ରାଥମିକତା ଭିତ୍ତିରେ ତାଲିକାଭୁକ୍ତ କରିବାକୁ ଉଚ୍ଚ ଅଦାଲତଙ୍କୁ ନିର୍ଦ୍ଦେଶ ଦିଆଯାଏ, ତେବେ ତାହା ଅନ୍ୟ ସାଧାରଣ ଆବେଦନକାରୀଙ୍କ ପ୍ରତି ଅନ୍ୟାୟ ହେବ ।

ଅଧିକ ପଢନ୍ତୁ