ଦେଶ ଆଜି ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜନ୍ମବାର୍ଷିକୀ ପାଳନ କରୁଛି। ଏହି ଅବସରରେ ନୂଆଦିଲ୍ଲୀର ରାଜଘାଟରେ ଥିବା ଗାନ୍ଧୀ ସମାଧିରେ ଏକ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ ହୋଇଛି।ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କ ସମାଧିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ବାପୁଙ୍କ ପ୍ରତି ଗଭୀର ଶ୍ରଦ୍ଧା ଜଣାଇବା ସହ ତାଙ୍କ ଆଦର୍ଶକୁ ସ୍ମରଣ କରିଥିଲେ। ଏହାପରେ ଗାନ୍ଧୀ ସମାଧିଠାରେ ଏକ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା। ବିଭିନ୍ନ ଧର୍ମର ପ୍ରତିନିଧିମାନେ ଏଥିରେ ଯୋଗଦେଇ ପ୍ରାର୍ଥନା କରିଥିଲେ ଏବଂ ବାପୁଙ୍କ ସତ୍ୟ, ଅହିଂସା ଓ ସଦ୍ଭାବନାର ବାର୍ତ୍ତାକୁ ମନେ ପକାଇଥିଲେ।ଲୋକସଭା ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଦିଲ୍ଲୀ ଉପରାଜ୍ୟପାଳ ତରଣଜିତ ସିଂହ ସନ୍ଧୁ ଓ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ରାଜଘାଟରେ ପହଞ୍ଚି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ରାଜଘାଟରେ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଗାନ୍ଧୀଙ୍କ ସମାଧିରେ ପୁଷ୍ପ ଅର୍ପଣ କରି ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଏବଂ ରାହୁଲ ଗାନ୍ଧୀ ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଉଭୟ ନେତା ଗାନ୍ଧୀଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
