
ନୟାଗଡ଼,(ଓଡ଼ିଶା ଦର୍ପଣ):ଜାତିର ଜନକ ମହାତ୍ମା ଗାନ୍ଧୀଜୀଙ୍କର ୧୫୭ତମ ଜୟନ୍ତୀ ପାଳନ ଅବସର ରେ ନୟାଗଡ଼ ଖଣ୍ଡପଡ଼ା ରୋଡ଼ ସ୍ଥିତ ବରିଷ୍ଠ ନାଗରିକ କେନ୍ଦ୍ର ଠାରେ ଗାନ୍ଧିଜୀ ଙ୍କର ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇ ଯାଇଛି।ଏଲଡର୍ସ ଭିଜନ ଓ ଆକ୍ସନ ଗ୍ରୁପ ଆନୁକୂଲ୍ୟରେ ଆୟୋଜିତ ଲୋକାର୍ପଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଡ଼ଃ ଅରୁଣ କୁମାର ସାହୁ, ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଯୁବ ଶିଳ୍ପଦ୍ୟୋଗୀ ତାପସ କୁମାର ପାଢ଼ୀ,ବରିଷ୍ଠ ନାଗରିକ ଏବଂ ଆକ୍ସନ ଗ୍ରୁପର ପ୍ରାକ୍ତନ ସଭାପତି ବିଶ୍ଵନାଥ ନାୟକ ପ୍ରମୁଖ ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କ ର ଅନୁଭୁତି ଓ ଅଭିଜ୍ଞତା ଯୁବ ପିଢ଼ି ପାଇଁ ଅନୁକରଣୀୟ ହେଉ, ମହାତ୍ମା ଗାନ୍ଧୀଙ୍କର ସତ୍ୟ ଏବଂ ଅହିଂସା ବିଶ୍ୱ ବାସୀଙ୍କୁ ଯୁଗ ଯୁଗ ଧରି ପ୍ରେରଣାର ଉତ୍ସବୋଲି ମତବ୍ୟକ୍ତ କରିଥିଲେ। ଆକ୍ସନ ଗ୍ରୁପର ସଭାପତି ବରିଷ୍ଠ ଆଇନଜୀବୀ ପ୍ରତାପ କୁମାର ନନ୍ଦଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସମ୍ପାଦକ ହରିବନ୍ଧୁ ବେହେରା, ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ବରିଷ୍ଠ ସଦସ୍ୟ ଦିବାକର ନିଶଙ୍କ ମଞ୍ଚ ପରିଚାଳନା କରିବା ସଙ୍ଗେସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ।
