ଭୁବନେଶ୍ବର ନୟାପଲ୍ଲୀ ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଦୁଷ୍କର୍ମ ମାମଲାରେ ପୋଲିସର ବଡ଼ ଆକ୍ସନ । ଦୁଷ୍କର୍ମ ଅଭିଯୁକ୍ତକୁ ଏନକାଉଣ୍ଟର କରିଛି କମିଶନରେଟ୍ ପୋଲିସ ।ଗୁଳିବିଦ୍ଧ ହେବା ପରେ ଅଭିଯୁକ୍ତକୁ ତୁରନ୍ତ କାବୁ କରାଯାଇଛି। ପରେ ଚିକିତ୍ସା ପାଇଁ ତାକୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି।ପ୍ରାଥମିକ ସୂଚନା ଅନୁସାରେ, ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଅଭିଯାନ ଚଳାଇଥିଲା। ଏହି ସମୟରେ ଅଭିଯୁକ୍ତ ପୋଲିସ କବଳରୁ ଖସିଯିବାକୁ ଉଦ୍ୟମ କରିଥିଲା। ଖସିବା ପାଇଁ ସେ ପୋଲିସ ଟିମ୍ ଉପରକୁ ଗୁଳି ଚଳାଇଥିବା କୁହାଯାଉଛି। ଆତ୍ମରକ୍ଷା ଓ ଅଭିଯୁକ୍ତକୁ କାବୁ କରିବା ପାଇଁ ପୋଲିସ ମଧ୍ୟ ପାଲଟା ଗୁଳି ଚଳାଇଥିଲା। ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହି। ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ୩୦ ହେବ। ବଡ ଭଉଣୀ ଯାଇଥିଲେ କୌଣସି କାମରେ ବାହାରକୁ। ସାନ ଭଉଣୀ ବେଡ ରୁମରେ ବସି ଲ୍ୟାପଟପରେ କିଛି କରୁଥିଲେ। ହଠାତ୍ ମାସ୍କପିନ୍ଧା ଜଣେ ଯୁବକ ମେନ୍ ଗେଟ୍ ଖୋଲି, ବେଡ ରୁମକୁ ଯିବା ପୂର୍ବରୁ ଅନ୍ୟ ୨ଟି କବାଟ ଖୋଲି ପହଞ୍ଚିଥିଲେ ଯୁବତୀ ଥିବା ରୁମରେ। ଆଉ ସାଙ୍ଗରେ ଥିଲା ବନ୍ଧୁକ। ତାପରେ ଯୁବତୀଙ୍କ ସହ ସହ ଦୁଷ୍କର୍ମ କରି ଫେରାର ହୋଇ ଯାଇଥିଲେ।
