ଜିଲ୍ଲାସ୍ତରୀୟ ଫୁଟବଲ ଓ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ଖଣ୍ଡପଡ଼ା ବ୍ଲକ ଅଧୀନ ବନମାଳିପୁର ଉଚ୍ଚ ବିଦ୍ୟାଳୟ କ୍ରୀଡାଙ୍ଗନରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ଓ ଯୋଗ ପ୍ରତିଯୋଗିତା ଶନିବାର ଅନୁଷ୍ଠିତ ହୋଇ ଯାଇଛି।ନୟାଗଡ ଜିଲ୍ଲା କ୍ରୀଡା ସଂଗଠନ ଆନୁକୂଲ୍ଯରେ ଆୟୋଜିତ ଏହି ପ୍ରତିଯୋଗିତାରେ ୮ ଟି ବ୍ଲକ ଅଞ୍ଚଳରୁ ୧୭ ବର୍ଷରୁ କମ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ଖଣ୍ଡପଡ଼ା ବିଧାୟକ ଇଂ.ଦୁଷ୍ମନ୍ତ କୁମାର ସ୍ବାଇଁ ମୁଖ୍ଯ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରି କ୍ରୀଡା ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଖଣ୍ଡପଡ଼ା ବ୍ଲକ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର କର, ଖଣ୍ଡପଡ଼ା ବ୍ଲକ ସାଂସଦ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆର ସିଂ,ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ତେ, ଶିକ୍ଷାବିତ ଶରତ କୁମାର ସାହୁ, ବନମାଳିପୁର ଉଚ୍ଚ ବିଦ୍ୟାଳୟ ପଞ୍ଚସଖା ଶିକ୍ଷା ସେତୁର ସଭାପତି ପ୍ରସନ୍ନ କୁମାର ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରମେଶ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।ପ୍ରଧାନଶିକ୍ଷକ ନକୁଳ କୁମାର ଖୁଣ୍ଟିଆ କାର୍ଯ୍ଯକ୍ରମରେ ପୌରହିତ୍ଯ କରିଥିଲେ।

ବରିଷ୍ଠ କ୍ରୀଡା ଶିକ୍ଷକ ବିଜୟ କୁମାର ମହାପାତ୍ର, ସମୀର ଖୁଣ୍ଟିଆ, ବିରେନ କୁମାର ସାହୁ,ଧନେଶ୍ଵର  ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।ଯୋଗ ପ୍ରତିଯୋଗିତା ଓ ଫୁଟବଲ କ୍ରୀଡାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନେ ରାଜ୍ଯସ୍ତରକୁ ମନୋନୀତ ହୋଇଥିବା ବିଦ୍ୟାଳୟ କର୍ତୃପକ୍ଷଙ୍କ ଠାରୁ ପ୍ରକାଶ।

ଅଧିକ ପଢନ୍ତୁ