୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ, ଅକ୍ଟୋବର ୨୬ରୁ ଘରକୁ ଘର ଭୋଟର ସର୍ଭେ

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ।  ଅକ୍ଟୋବର ୨୬ରୁ ଘରକୁ ଘର ଭୋଟର ସର୍ଭେ । ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତିକୁ ନେଇ ତତ୍ପର ହୋଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ସଠିକ୍, ଅଦ୍ୟତନ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ଅକ୍ଟୋବର ୨୬ରୁ ରାଜ୍ୟରେ ଘରକୁ ଘର ସର୍ଭେ ଆରମ୍ଭ ହେବ । ସର୍ଭେରେ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ ଅଛି କି ନାହିଁ, ତଥ୍ୟ ସଠିକ୍ ଅଛି କି ନାହିଁ—ତାହା ଯାଞ୍ଚ କରାଯିବ। ଏହାସହ ମୃତ, ସ୍ଥାନାନ୍ତରିତ କିମ୍ବା ଅଯୋଗ୍ୟ ଭୋଟରଙ୍କ ସମ୍ପର୍କିତ ତଥ୍ୟ ମଧ୍ୟ ଯାଞ୍ଚ ହେବ। ନାମ ଯୋଗ, ବାଦ୍ ଓ ସଂଶୋଧନ ସମ୍ପର୍କିତ ବିଷୟ ମଧ୍ୟ ଏହି ପ୍ରକ୍ରିୟାରେ ଗୁରୁତ୍ୱ ପାଇବ। ସର୍ଭେ ପ୍ରକ୍ରିୟାରେ ରାଜନୈତିକ ଦଳଗୁଡ଼ିକୁ ସକ୍ରିୟ ସହଯୋଗ ପାଇଁ ଆୟୋଗ ଅନୁରୋଧ କରିଛନ୍ତି।ପ୍ରତ୍ୟେକ ମତଦାନ କେନ୍ଦ୍ରରେ ବୁଥ୍ ସ୍ତରୀୟ ଏଜେଣ୍ଟ ବା BLA ନିୟୋଜନ କରିବାକୁ ଦଳଗୁଡ଼ିକୁ କୁହାଯାଇଛି। ଅକ୍ଟୋବର ୧୫ ସୁଦ୍ଧା BLAଙ୍କ ତଥ୍ୟ ଦାଖଲ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି। ଗ୍ରାମାଞ୍ଚଳରେ BLAଙ୍କ ତଥ୍ୟ ବିଡିଓଙ୍କ ନିକଟରେ, NAC ଓ ପୌରାଞ୍ଚଳରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଏବଂ ମହାନଗର ନିଗମ ଅଞ୍ଚଳରେ ଡେପୁଟି କମିଶନର କିମ୍ବା ଆସିଷ୍ଟାଣ୍ଟ କମିଶନରଙ୍କ ନିକଟରେ ଦାଖଲ କରାଯିବ।

ଅଧିକ ପଢନ୍ତୁ