ନୟାପଲ୍ଲୀରେ ଗନ ପଏଣ୍ଟରେ ଦୁଷ୍କର୍ମ ଘଟଣାରେ ଟିଆଇ ପରେଡ । ଝାରପଡ଼ା ଜେଲରେ ଅଭିଯୁକ୍ତ ଶ୍ରୀଧର ପଣ୍ଡାକୁ ଚିହ୍ନଟ କରିଛନ୍ତି ପୀଡ଼ିତା । ନୟାପଲ୍ଲୀ ଥାନା ପୋଲିସର ଏକ ଟିମ୍ ପୀଡ଼ିତାକୁ ନେଇ ଝାରପଡା ଜେଲରେ ପହଞ୍ଚି ଟେଷ୍ଟ ଆଇଡେଣ୍ଟିଫିକେସନ ପରେଡ କରିଛନ୍ତି । ୧୫ ଦିନ ମଧ୍ୟରେ ଦାଖଲ ହେବ ଚାର୍ଜସିଟ୍ । ଏଥିପାଇଁ ସମସ୍ତ ପ୍ରମାଣ,ସାକ୍ଷ୍ୟ ସଂଗ୍ରହ ଚାଲିଛି।ଘଟଣା ସମ୍ପର୍କିତ ତଥ୍ୟକୁ ଖୁବଶୀଘ୍ର ଦାଖଲ କରାଯିବ। ଅନ୍ୟପଟେ ମାମଲାରେ ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ କରିବାକୁ ପୋଲିସ ପ୍ରସ୍ତୁତି ଚଳାଇଛି ।ସୂଚନା ଅନୁସାରେ, ନୟାପଲ୍ଲୀ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ଘରେ ପଶି ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଘଟଣା ପରେ ନୟାପଲ୍ଲୀ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତକୁ ଜେଲ୍କୁ ପଠାଯିବା ପରେ ଏବେ ଝାରପଡ଼ା ଜେଲ୍ ପରିସରରେ ତାର TI ପରେଡ୍ କରାଯାଇଛି।
