ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛାରଙ୍କୁ ସର୍ବୋଚ୍ଚ ସାହସିକତା ପୁରସ୍କାରରେ ସମ୍ମାନିତ କରିବ ଇସ୍ରାଏଲ

ଇସ୍ରାଏଲର ସର୍ବୋଚ୍ଚ ନାଗରିକ ସାହସିକତା ପୁରସ୍କାର ପାଇବେ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛାର । ବିମାନର କକ୍ପିଟ୍ ଭିତରେ ସହ-ପାଇଲଟଙ୍କ ଆକ୍ରମଣର ଶିକାର ହୋଇ ମଧ୍ୟ ୧୭୪ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ଜୀବନ ରକ୍ଷା କରିଥିବାରୁ ତାଙ୍କୁ ଏହି ସମ୍ମାନ ଦିଆଯିବ ।ଇସ୍ରାଏଲ୍ ରାଷ୍ଟ୍ରପତି ଏନେଇ ଘୋଷଣା କରିବା ସହ ବିମାନରେ ଥିବା ଯାତ୍ରୀମାନଙ୍କୁ ସାହାଯ୍ୟ କରିଥିବା ଅନ୍ୟ କିଛି ବ୍ୟକ୍ତିଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ପାଇଲଟ୍ ସ୍ମିତ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସେ ନିଜେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ। ଗତ ସେପ୍ଟେମ୍ବର ୩୦ ତାରିଖରେ ଫ୍ଲାଇଦୁବାଇ ବିମାନ ତେଲ୍ ଆଭିଭ୍ ଅଭିମୁଖେ ୧୭୪ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରୁଥିଲା। 

ଏହି ସମୟରେ ସହ-ପାଇଲଟ୍ ହମାମ ଅଲ୍-ହାମାମି କକପିଟ୍ ଭିତରେ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କ ଉପରେ ଏକ କୁରାଢ଼ୀ ସାହାଯ୍ୟରେ ଆକ୍ରମଣ କରିଥିଲେ। ସହ-ପାଇଲଟ ଜଣକ ବିମାନକୁ ନିଜ ନିୟନ୍ତ୍ରଣକୁ ନେଇ ତେଲ୍ ଆଭିଭର ଏକ ବିଲ୍ଡିଂରେ ପିଟିବାକୁ ଯୋଜନା କରିଥିଲେ। କ୍ୟାପ୍ଟେନ୍ ସ୍ମିତ ସାହସର ସହିତ ସଂଘର୍ଷ କରି ଶହଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ।

ଅଧିକ ପଢନ୍ତୁ