ଆଗାମୀ ସପ୍ତାହଗୁଡ଼ିକରେ ପିଆଜ ଦର ହ୍ରାସ ପାଇପାରେ

ଦେଶରେ ପିଆଜ ଦର କମିବାରେ ନାଁ ନେଉନି | ତେବେ ଆଗାମୀ ସପ୍ତାହଗୁଡ଼ିକରେ ପିଆଜ ଦର ହ୍ରାସ ପାଇପାରେ। ପୂର୍ବ ଅମଳରୁ ବଳକା ଥିବା ପିଆଜ ସହିତ ନୂତନ ଖରିଫ ଫସଲ ବଜାରକୁ ଆସିବା ଫଳରେ ଯୋଗାଣ ବୃଦ୍ଧି ପାଇବ ଏବଂ ଏହାର ପ୍ରଭାବରେ ଖୁଚୁରା ଦର କମିବ ବୋଲି ଆଶା ଅଛି । ବର୍ତ୍ତମାନ ପିଆଜର ଖୁଚୁରା ଦର କିଲୋଗ୍ରାମ ପିଛା ପ୍ରାୟ ୫୨.୯୯ ଟଙ୍କା ରହିଛି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ ଦ୍ୱିଗୁଣ |ମହାରାଷ୍ଟ୍ର ଏବଂ ଅନ୍ୟାନ୍ୟ ପିଆଜ ଉତ୍ପାଦନକାରୀ ରାଜ୍ୟରୁ ଯୋଗାଣ ବୃଦ୍ଧି ପାଇବା ସହ ନଭେମ୍ବର ସୁଦ୍ଧା ଉପଲବ୍ଧତା ବୃଦ୍ଧି ପାଇବ ବୋଲି ବ୍ୟବସାୟୀମାନେ ଆଶା କରୁଛନ୍ତି। ‘ହିନ୍ଦୁସ୍ତାନ ଟାଇମ୍ସ’ର ଏକ ରିପୋର୍ଟ ଅନୁଯାୟୀ, ହର୍ଟିକଲଚର୍‌ ପ୍ରଡ୍ୟୁସ ଏକ୍ସପୋଟର୍ର୍‌ ଆସୋସିଏସନର ବିକାଶ ସିଂହ କହିଛନ୍ତି ଯେ, ‘ଅନେକ ବଜାରରେ ଖରିଫ ଫସଲ ଆସିବା ଆରମ୍ଭ ହୋଇଗଲାଣି।

ଅଧିକ ପଢନ୍ତୁ