ରାଜ୍ୟର ପ୍ରମୁଖ ତଥା ଐତିହାସିକ ଶିକ୍ଷାନୁଷ୍ଠାନ ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ (BCJD) ଜବରଦସ୍ତ ବାଜିମାତ୍ କରିଛି । କଡ଼ା ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ବିସିଜେଡି ପ୍ରାର୍ଥୀ ବିଶ୍ୱଜିତ୍ ସାହୁ ବିଶ୍ୱବିଦ୍ୟାଳୟର ସଭାପତି ଭାବେ ବିପୁଳ ସମର୍ଥନ ସହ ବିଜୟୀ ହୋଇଛନ୍ତି । ରାଜ୍ୟର ଅଗ୍ରଣୀ ମହିଳା ଉଚ୍ଚଶିକ୍ଷା କେନ୍ଦ୍ର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ (BCJD) ବଡ଼ ସଫଳତା ହାସଲ କରିଛି । କ୍ୟାମ୍ପସ୍ ରାଜନୀତିରେ ନିଜର ଦବ୍ଦବା ଜାହିର କରି ବିସିଜେଡି ସମର୍ଥିତ ପ୍ରାର୍ଥୀ ସୋନାଲି ବେହେରା ସଭାପତି ଭାବେ ବିଜୟୀ ହୋଇଛନ୍ତି । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା କ୍ଷଣି ସମଗ୍ର କ୍ୟାମ୍ପସ୍ରେ ଛାତ୍ରୀ ତଥା ସମର୍ଥକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ।ସୂଚନାଯୋଗ୍ୟ, ରମାଦେବୀ ବିଶ୍ୱବିଦ୍ୟାଳୟରେ AVBP ଏବଂ BCJD ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଉଭୟ ପକ୍ଷରୁ ଛାତ୍ରୀମାନେ ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ବୈଠକରେ ନିଆରା ଶୈଳୀରେ ଶିକ୍ଷାନୁଷ୍ଠାନ ଏବଂ ଛାତ୍ରୀଛାତ୍ରଙ୍କ ବିକାଶ ଯୋଜନାର କଥା କହିବା ସହ ପ୍ରତିପକ୍ଷଙ୍କୁ ତେରର୍ଚ୍ଛା ବାଣ ମାରୁଥିଲେ।
