ଆସୁଛି ଆଉ ଏକ ଲଘୁଚାପ । ୨୨ରୁ ୨୭ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭବନା । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।ଏହା କେତେ ଶକ୍ତିଶାଳୀ ହେବ ଓ କେଉଁ ଦିଗକୁ ଗତି କରିବ, ତାହା ଏବେଠାରୁ କହିବା ସମ୍ଭବ ନୁହେଁ ।ଅନ୍ୟପଟେ ଆସନ୍ତା ୨୩ କିମ୍ବା ୨୪ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ଆରବସାଗର ଏବଂ ପାର୍ଶ୍ବବର୍ତ୍ତୀ ଲାକ୍ଷାଦ୍ବୀପ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ସମାନ ସମୟରେ ଆରବସାଗର ଏବଂ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆଇଏମ୍ଡି ସ୍ପଷ୍ଟ କରିଛି। ପାଣିପାଗ ବିଶେଷଜ୍ଞ ବିଶ୍ବଜିତ ସାହୁ କହିଛନ୍ତି, ସମ୍ଭାବ୍ୟ ଦୁଇଟି ସିଷ୍ଟମ ମଧ୍ୟରୁ ଗୋଟିଏ ସିଷ୍ଟମ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ। କିନ୍ତୁ, କେଉଁ ସିଷ୍ଟମ୍ ଘନୀଭୂତ ହେବ, ତାହା ଆଗକୁ ସ୍ପଷ୍ଟ ଆକଳନ କରାଯାଇପାରିବ।
