ଆଜି ବିଳମ୍ବିତ ରାତି। କାମ କରିବନି UPI । ବନ୍ଦ ହୋଇଯିବ YONO । NEFT ଓ RTGS ହୋଇଯିବ ଠପ୍ । ୪୫ ମିନିଟ୍ ଧରି ବନ୍ଦ ରହିବ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଡିଜିଟାଲ୍ ବ୍ୟାଙ୍କିଂ। ଡାର୍କ ଓ୍ୱେବରେ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ପରେ ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ ବା ସେଡ୍ୟୁଲ୍ଡ ମେଣ୍ଟେନାନ୍ସ କାର୍ଯ୍ୟ ନିମିତ୍ତ ଅସ୍ଥାୟୀ ଭାବେ ସେବା ବନ୍ଦ କରିବ SBI। ଏହି ସମୟରେ ବିକଳ୍ପ ଭାବେ UPI Lite ଏବଂ ATM ସେବା ବ୍ୟବହାର କରିବାକୁ ଗ୍ରାହକମାନଙ୍କୁ ପରାମର୍ଶ ଦିଆଯାଇଛି।
