ଆସୁଛି ଆକ୍ସନ ଅଭିନେତା ସନ୍ନି ଦେଓଲଙ୍କ ଫିଲ୍ମ ‘ସୂର୍ଯ୍ୟ-ଅନ୍ତ ସେ ଆରମ୍ଭ ତକ୍’ ଯାହାକୁ ନେଇ ଏବେ ଘନେଇଲାଣି ବିବାଦ । ମୁଭିର ଟିଜରକୁ ନେଇ ଏବେ ଚର୍ଚ୍ଚା ଜୋର୍ । ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ଓ ଏମ୍ସ ଦିଲ୍ଲୀର ରେସିଡେଂଟ ଡାକ୍ତରମାନେ ସନ୍ନି ଦେଓଲ ଷ୍ଟାରର ଏହି ଫିଲ୍ମକୁ କଡା ନିନ୍ଦା କରିଛନ୍ତି ।ଫିଲ୍ମରେ ଚିକିତ୍ସା କ୍ଷେତ୍ରରେ ଦୁର୍ନୀତିକୁ ସାଧାରଣ ଘଟଣା ଭାବେ ଏବଂ ଡାକ୍ତରଙ୍କ ବିରୋଧରେ ହିଂସାକୁ ଦର୍ଶାଯାଇଥିବାରୁ ଆଇଏମ୍ଏ ଚିନ୍ତା ବ୍ୟକ୍ତ କରିଛି । ଡାକ୍ତରଙ୍କ ଉପରେ ଲୋକଙ୍କ ଭରସା ଓ କର୍ମଚାରୀଙ୍କ ସୁରକ୍ଷା ଉପରେ ସମ୍ଭାବ୍ୟ ପ୍ରଭାବକୁ ନେଇ ଏହା ଚିନ୍ତା ବ୍ୟକ୍ତ କରିଛି ।ଗତ ୧୯ ତାରିଖ ଫିଲ୍ମର ଟିଜର୍ ରିଲିଜ୍ ହୋଇଥିଲା । ଏଥିରେ ସନି ଦେଓଲ ଡାକ୍ତରଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ଓ ଚିକିତ୍ସା କ୍ଷେତ୍ରରେ ଦୁର୍ନୀତିକୁ ନେଇ ପ୍ରଶ୍ନ ଉଠାଇଥିବା ଦେଖିବାକୁ ମିଳିଛି। ଟିଜର୍ରେ ସେ କହିଛନ୍ତି, ମଣିଷ ଡାକ୍ତରଙ୍କୁ ଈଶ୍ୱର ମାନେ, ତାଙ୍କ ହାତରେ ନିଜ ଜୀବନ ସମର୍ପିଦିଏ । ଯଦି ସେହି ଡାକ୍ତର ବିଶ୍ୱାସଘାତକତା କରିବ, ତା’ହେଲେ ମଣିଷ କ’ଣ କରିବ । ଫିଲ୍ମରେ ସନି ନିଜ ଝିଅକୁ ହରାଇବା ପରେ ଦୁର୍ନୀତି ବିରୋଧରେ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ ସହିତ ରବି କିଶନ, ପ୍ରଜ୍ଞା ଜୟସୱାଲ, ତନୁଶ୍ରୀ ଚକ୍ରବର୍ତ୍ତୀ, ମନୀଷ ବାଧୱା ଅଛନ୍ତି । ଫିଲ୍ମରେ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଶାରିରୀକ ନିର୍ଯ୍ୟାତନାକୁ ପ୍ରଚାର କରାଯାଉଥିବା ଅଭିଯୋଗ ହୋଇଛି । ଫିଲ୍ମର ବିଷୟବସ୍ତୁ ଡାକ୍ତରୀ ଭାଇଚାରା ବିରୁଦ୍ଧରେ ହିଂସାକୁ ଉସୁକାଏ ନାହିଁ କିମ୍ବା ପ୍ରଶଂସିତ କରେନାହିଁ ବୋଲି ସିବିଏଫସି ପକ୍ଷରୁ କୁହାଯାଇଛି । ନଭେମ୍ବର ରିଲିଜ୍ ଡେଟ୍ ଫାଇନାଲ ହେବା ପୂର୍ବରୁ ଫିଲ୍ମର ପ୍ରତିଟି ସିନ୍ ଡାଇଲଗ୍ ଓ କାହାଣୀକୁ ରିଭ୍ୟୁ କରାଯାଇଛି ବୋଲି କୁହାଯାଇଛି ।
