ଦିଲ୍ଲୀର ରାଷ୍ଟ୍ରପତି ଭବନର ଠିକ୍ ସମ୍ମୁଖରେ ଥିବା ଏକ ପ୍ରମୁଖ ସରକାରୀ କୋଠା ନର୍ଥ ବ୍ଲକରେ ଅଗ୍ନିକାଣ୍ଡ ଘଟିଛି। ଦିଲ୍ଲୀ ଅଗ୍ନିଶମ ସେବା ଅନୁଯାୟୀ, ପୂର୍ବାହ୍ନ ପ୍ରାୟ ୧୧ଟା ୧୦ ସମୟରେ ଫୋନ୍ ଆସିଥିଲା, ତା’ପରେ ଛଅଟି ଦମକଳ ଗାଡି ପଠାଯାଇଥିଲା।ତେବେ ପ୍ରାଥମିକ ସୂଚନା ଅନୁଯାୟୀ, କୋଠାର ଛାତ ଉପରେ ୱେଲ୍ଡିଂ କାମ ଚାଲିଥିବା ସମୟରେ ସ୍ପାର୍କ ସୃଷ୍ଟି ହୋଇ ଧୂଆଁ ବାହାରିଥିଲା । ଘଟଣା ପରେ ତୁରନ୍ତ ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡିଛି ।
