ନାଇରା ରେ ରାଧାକାନ୍ତ ସଂକୀର୍ତନ ମଣ୍ଡଳୀ ଗଠିତହରି ନାମ ରେ ପ୍ରକମ୍ପିତ ହେଲା ଅଂଚଳ

ସନାତନ ଧର୍ମ ର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ବାଳ ଓ ଯୁବକ ମାନେ ମିଳିତ ଭାବେ ଏକ ନୂତନ ସଂକୀର୍ତନ ମଣ୍ଡଳୀ ଗଠନ କରି ସାଧାରଣ ରେ ଚର୍ଚ୍ଚା ଓ ବେଶ ପ୍ରଶଂସା ର ପlତ୍ର ହୋଇଛନ୍ତି l
ରାୟଗଡ ଜିଲ୍ଲା ପଦ୍ମପୁର ବ୍ଲକ ର ଆଧ୍ୟତ୍ମିକ ବାର୍ତା ପାଇଁ ବେଶ ପରିଚିତ ନାଇରା ଗ୍ରାମରେ ନୂତନ ଭାବେ ଶ୍ରୀ ଶ୍ରୀ ଶ୍ରୀ ରାଧାକାନ୍ତ ସଂକୀର୍ତନ ମଣ୍ଡଳୀ ଗଠନ ହୋଇଯାଇଅଛି l ପୁରୁଣା ରାଧାକାନ୍ତ ମନ୍ଦିର ପରିଚାଳକ ବିଶ୍ୱନାଥ ପାଣିଗ୍ରାହୀ ଓ ନୂତନ ମଠ ର ପରିଚାଳକ ସୂର୍ଯ୍ୟ ନାରାୟଣ ସାହୁ ଙ୍କ ଉଦ୍ୟମ କ୍ରମେ ନବଗଠିତ ସଂକୀର୍ତନ ମଣ୍ଡଳୀ ର ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ ଘଂଟିକା ର ଶୁଭ ମୁହର୍ତ୍ତ ରେ ନୂତନ ଗାୟକ ପପୁନ ପଣ୍ଡା ଓ ବାୟକ ନେତୃତ୍ୱ ନେଉଥିବା ସାଗର ପଣ୍ଡା ଙ୍କ ଭାବ କଳାରୁ ଦେବ ସ୍ପର୍ଶ ସଂକୀର୍ତ୍ତନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ନୂତନ ସଂକୀର୍ତ୍ତନ ମଣ୍ଡଳୀ ର ହରିନାମ ଧ୍ୱନି ରେ ସମଗ୍ର ଅଂଚଳ ପ୍ରକମ୍ପିତ ହୋଇ ଉଠିଥିଲା l ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଗୁରୁ ଶ୍ରୀ ଦିବ୍ୟ ରଞ୍ଜନ ନିସଙ୍କ ଯୋଗ ଦେଇ ନବଗଠିତ ଯୁବ ସଂକୀର୍ତନ ମଣ୍ଡଳୀ କୁ ଉତ୍ସାହ ପ୍ରେରଣ କରିଥିଲେ l ଏଥିରେ ସମଗ୍ର ଜିଲ୍ଲା ତଥା ଆଖପାଖ ଅଂଚଳର ଶତାଧିକ ଭକ୍ତ ଓ ସଂକୀର୍ତନ ପ୍ରିୟ ଯୁବକ ମାନେ ଉପସ୍ଥିତ ହୋଇ ପ୍ରଭୁ ରାଧାକାନ୍ତଙ୍କ କୃପା ଲାଭ କରିଥିଲେ l ଏଥିରେ ପଣ୍ଡିତ ସୁବାସ ଚନ୍ଦ୍ର ରଥ ,ପ୍ରକାଶ ରଥ ,ଜଗନ୍ନାଥ ମହାପାତ୍ର , ବାଲ୍ୟ ପାଣିଗ୍ରାହୀ ସରପଂଚ ଶ୍ରୀମତୀ ତୁଲସା ଶବର , ତ୍ରିନାଥ ମହାନ୍ତି ନିର ପଣ୍ଡା ,ବାବୁଲା ମହାନ୍ତି , କାହନୁ ଚରଣ ପାଣିଗ୍ରାହୀ , ଲଡୁକିଶୋରେ ପଣ୍ଡା ,ଶିବୁନୁ ସାହୁ ,ଗିରିଧାରୀ ସାହୁ ପ୍ରମୁଖ ଉପସ୍ଥିତ ହେବ ସହ ରାତ୍ରିରେ ଶତାଧିକ ଭକ୍ତଙ୍କ ପାଇଁ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ଅଧିକ ପଢନ୍ତୁ