ଆସନ୍ତା ନଭେମ୍ବର ୮ରୁ ରାଜ୍ୟରେ ବଢିବ ଶୀତର ପ୍ରକୋପ 

ରାଜ୍ୟରେ ଜଳୀୟ ବାଷ୍ପ ରହିଛି । ତେଣୁ ଏହାରି ପ୍ରଭାବରେ ୫ ପର୍ଯ୍ୟନ୍ତ କାଁ ଭାଁ ବର୍ଷା ହେବ ।ଏହାପରେ ୭ ବା ୮ ତାରିଖ ରୁ ଶୀତ ଅନୁଭବ ହେବ । ରାତ୍ରି ତାପମାତ୍ରା ହ୍ରାସ ପାଇବ ବୋଲି କହିଛନ୍ତି ସୋଆ ସି ଇ ସି ମୁଖ୍ୟ ଶରତ ଚନ୍ଦ୍ର ସାହୁ। ରାଜ୍ୟରେ ନଭେମ୍ବର ଦ୍ଵିତୀୟ ସପ୍ତାହରୁ ସମଗ୍ର ଅଞ୍ଚଳରେ ଶୀତ ଅନୁଭବ ହେବ।ସାଧାରଣତ ରାଜ୍ୟରେ କାର୍ତ୍ତିକ ମାସରୁ ଶୀତର ପ୍ରକୋପ ବଢିଥାଏ । କିନ୍ତୁ ଏଥର ବାତ୍ୟା ଯୋଗୁଁ ଶୀତ ଏଯାଏଁ ରାଜ୍ୟରେ ବିଶେଷ ଅନୁଭବ ହୋଇନାହିଁ । ମାତ୍ର ଆଗାମୀ କିଛି ଦିନରେ ଉପକୂଳ ଜିଲ୍ଲାଗୁଡ଼ିକରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୫ ଡିଗ୍ରୀ କମ୍ ରହିବା ଯୋଗୁଁ ଶୀତ ଅନୁଭୂତ ହେବ। ସ୍ଥଳଭାଗ ସହ ସଂସ୍ପର୍ଶ, ଥଣ୍ଡା ଓ ଶୁଷ୍କ ବାୟୁର ପ୍ରଭାବ ଏବଂ ପୂର୍ବଘାଟ ପର୍ବତମାଳା ଯୋଗୁଁ ମୁରାସୁ ଦୁର୍ବଳ ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ ।

ଅଧିକ ପଢନ୍ତୁ