ଭାରତରେ ଖସିପଡ଼ିବ ନାସା ଟେଲିସ୍କୋପ

ପୃଥିବୀପୃଷ୍ଠ ଉପରେ ପଡ଼ିବ ନାସା ଟେଲିସ୍କୋପ୍। ଆଉ ଏହା ଭାରତର ଭୂଖଣ୍ଡ ଉପରେ ପଡିବା ଆଶଙ୍କା କରାଯାଉଛି। NASAର ୨୨ ବର୍ଷର ପୁରୁଣା ସ୍ପେସ୍ ଟେଲିସ୍କୋପ୍ ‘ନିଲ୍ ଗେହେରେଲ୍ସ ସ୍ବିଫ୍ଟ ଅବଜରଭେଟୋରୀ’ ଅନିୟନ୍ତ୍ରିତ ଭାବେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରି ଖସିପଡ଼ିବାକୁ ଯାଉଛି । ଏହା ପୃଥିବୀର ବିଷୁବ ରେଖା ନିକଟବର୍ତ୍ତୀ ୨୦.୬ ଡିଗ୍ରୀ ଉତ୍ତର ଓ ୨୦.୬ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶ ମଧ୍ୟରେ ଥିବା କୌଣସି ବି ଅଞ୍ଚଳରେ ପଡ଼ିପାରେ ।ବୈଜ୍ଞାନିକଙ୍କ ଆକଳନ ଅନୁସାରେ, ଟେଲିସ୍କୋପର ଅଧିକାଂଶ ଅଂଶ ବାୟୁମଣ୍ଡଳରେ ଜଳିଯିବ । କିଛି ଅଂଶ ପୃଥିବୀ ପୃଷ୍ଠରେ ପହଞ୍ଚିପାରେ । ଅଧିକାଂଶ ଅବଶେଷ ସମୁଦ୍ରରେ ପଡ଼ିବାର ସମ୍ଭାବନା ରହିଛି ।

ଅଧିକ ପଢନ୍ତୁ