ଦୀପାବଳି ଓ ବଡ଼ବଡୁଆ ଡାକ ପାଇଁ ଦଶପଲ୍ଲା-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ

ନୟାଗଡ଼,(ଓଡ଼ିଶା ଦର୍ପଣ):ଦୀପାବଳି ତଥା ପୁରୀ ଶ୍ରୀମନ୍ଦିରର ପ୍ରସିଦ୍ଧ ‘ବଡ଼ବଡୁଆ ଡାକ’ ନୀତି ସମୟରେ ଯାତ୍ରୀମାନଙ୍କ ଅଧିକ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଏକ ସ୍ୱତନ୍ତ୍ର ଅଣ-ସଂରକ୍ଷିତ ଟ୍ରେନ୍ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ମୁଖ୍ୟ ଅପରେସନ୍ସ ମ୍ୟାନେଜରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ
ଦଶପଲ୍ଲାରୁ ପୁରୀ (୦୮୪୧୧) ସ୍ୱତନ୍ତ୍ର ଟ୍ରେନ୍ ଆସନ୍ତା ନଭେମ୍ବର ୮, ୨୦୨୬ (ରବିବାର) ଦିନ ସକାଳ ୦୭:୦୦ ଘଟିକାରେ ଦଶପଲ୍ଲାଠାରୁ ଛାଡ଼ି ସେହିଦିନ ପୂର୍ବାହ୍ନ ୧୧:୧୫ ଘଟିକାରେ ପୁରୀରେ ପହଞ୍ଚିବ।   ସେହିପରି ଫେରନ୍ତା ଯାତ୍ରା ପାଇଁ ଏହା ପୁରୀରୁ ରାତି ୯:୧୫ ଘଟିକାରେ ବାହାରି ରାତି ୦୧:୦୦ ଘଟିକାରେ ଦଶପଲ୍ଲା ପହଞ୍ଚିବ। 
ଏହି ଟ୍ରେନ୍ ଟି ଯିବା ଓ ଆସିବା ସମୟରେ ନୂଆଗାଁ ରୋଡ଼, ମହିପୁର, ନୟାଗଡ଼ ଟାଉନ୍, ମଣିକାଗୋଡ଼ା, ବୋଲଗଡ଼ ଟାଉନ୍ ପିଏଚ୍, ରାଜସୁନାଖଳା, ସାନପାଦର ପିଏଚ୍, ବେଗୁନିଆ, ଅଟ୍ରି ପିଏଚ୍, ଖୋର୍ଦ୍ଧା ଟାଉନ୍, ତରାବୋଇ ପିଏଚ୍, ଖୋର୍ଦ୍ଧା ରୋଡ଼ ଏବଂ ସାକ୍ଷୀଗୋପାଳ ଷ୍ଟେସନରେ ରହଣି କରିବ। 
ଏହି ସ୍ୱତନ୍ତ୍ର ଟ୍ରେନ୍ ରେ ମୋଟ ୧୨ଟି କୋଚ୍ ରହିବ, ଯେଉଁଥିରେ ଏସଏଲଆରଡି (୨ଟି), ଜେନେରାଲ୍ କୋଚ୍ (୭ଟି), ସ୍ଲିପର୍ କୋଚ୍ (୨ଟି) ଏବଂ ଏସି ୩-ଟାୟାର୍ କୋଚ୍ (୧ଟି) ଅନ୍ତର୍ଭୁକ୍ତ। 
ଯାତ୍ରୀମାନେ ଏହି ଅଣ-ସଂରକ୍ଷିତ ସ୍ୱତନ୍ତ୍ର ଟ୍ରେନ୍ର ସୁବିଧା ନେଇ ନିଜର ଯାତ୍ରାକୁ ସହଜ କରିବା ପାଇଁ ରେଳ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। 

ଅଧିକ ପଢନ୍ତୁ