୨୧ରୁ ‘ଭଗବାନ ଅଗ୍ରୱାଲ୍’ ସ୍ମାରକୀ ବ୍ରିଜ୍ ଟୁର୍ଣ୍ଣାମେଣ୍ଟ

ନୟାଗଡ଼,(ଓଡ଼ିଶା ଦର୍ପଣ): ସ୍ଥାନୀୟ କୃଷ୍ଣଚନ୍ଦ୍ର କ୍ଲବ ଠାରେ ‘ଭଗବାନ ଅଗ୍ରୱାଲ୍’ ସ୍ମାରକୀ ଅଲ୍ ଓଡ଼ିଶା ବ୍ରିଜ୍ ଟୁର୍ଣ୍ଣାମେଣ୍ଟ ଆସନ୍ତା ନଭେମ୍ବର ୨୧ ଓ ୨୨ ତାରିଖ  ଦୁଇ ଦିନ ଧରି ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା କେ.ସି. କ୍ଲବ ଏବଂ ଅଲ୍ ଓଡ଼ିଶା ବ୍ରିଜ୍ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଉଛି। 
ଏହି ଟୁର୍ଣ୍ଣାମେଣ୍ଟରେ ଅନୁଗୋଳ, ବେଲପାହାଡ଼, ତାଳଚେର, ନାଲକୋ ଏବଂ ଭୁବନେଶ୍ୱର ସ୍ଥିତ ଓଡ଼ିଶା ବ୍ରିଜ୍ ଆସୋସିଏସନ ତରଫରୁ ବଛା ବଛା ଖେଳାଳିମାନେ ଅଂଶଗ୍ରହଣ କରିବେ। ପ୍ରତିଯୋଗୀମାନଙ୍କ ପାଇଁ ପୁରସ୍କାର ବ୍ୟବସ୍ଥା କରାଯାଇଥିବା କ୍ଲବର ସଭାପତି ଭାଗୀରଥୀ ଦାସ ଏବଂ ସମ୍ପାଦକ ସଂଗ୍ରାମ କେଶରୀ ଗୁମାନସିଂହ ସୂଚନା ଦେଇଛନ୍ତି। 
ଆୟୋଜନକୁ ସଫଳ କରିବା ପାଇଁ କ୍ଲବର ସଭାପତି  ଭାଗୀରଥୀ ଦାସ, ଉପ-ସଭାପତି ଭବାନୀ ଶଙ୍କର ଦାସ, ସମ୍ପାଦକ ସଂଗ୍ରାମ କେଶରୀ ଗୁମାନସିଂହ, ଯୁଗ୍ମ ସମ୍ପାଦକ ଚନ୍ଦନ ମହାପାତ୍ର ଏବଂ କୋଷାଧ୍ୟକ୍ଷ  ଶାରଦା ପ୍ରସାଦ ମହାପାତ୍ର ପ୍ରମୁଖ ନିବେଦନ କରିଛନ୍ତି।

ଅଧିକ ପଢନ୍ତୁ