ଅଯୋଧ୍ୟା ରାମ ମନ୍ଦିର ପରିସରରେ ଫୁଟିଲା ଗୁଳି

ରଙ୍ଗର ପର୍ବ ହୋଲି ଶେଷ ହୋଇଯାଇଛି। ଏହାପରେ ବି ସାରାଅଯୋଧ୍ୟା ଉତ୍ସବମୁଖର ରହିଛି। ଏହି ଅବସରରେ ପ୍ରଭୁ ରାମଲଲ୍ଲାଙ୍କ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ବି ଖୁବ ଜମୁଛି। ଏଭଳି ସମୟରେ ରାମମନ୍ଦିର ପରିସରରେ ଗୁଳି ଫୁଟିବା ହେତୁ ଭକ୍ତଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ମଙ୍ଗଳବାର ରାମ ଜନ୍ମଭୂମି ପରିସରରେ ପିଏସିର ଜଣେ ସେନାଙ୍କୁ ସନ୍ଦେହଜନକ ଅବସ୍ଥାରେ ଗୁଳି କରାଯାଇଥିଲା। ସୂଚନା ପାଇବା ମାତ୍ରେ ଅଯୋଧ୍ୟା ରେଞ୍ଜ ଆଇଜି ପ୍ରବୀଣ କୁମାର ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ପୀଡିତଙ୍କୁ ଅନ୍ୟ କେହି ଗୁଳି ଚଳାଇଛନ୍ତି ,ଏସପି ପଙ୍କଜ ପାଣ୍ଡେ ତୁରନ୍ତ ରାମପ୍ରସାଦଙ୍କୁ ଶ୍ରୀରାମ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଠାରୁ ଡାକ୍ତର କମାଣ୍ଡୋଙ୍କୁ ଦର୍ଶନ ନଗର ମେଡିକାଲ କଲେଜକୁ ସ୍ଥାନାନ୍ତର କରିଦେଇଥିଲେ। କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଦେଖି ଡାକ୍ତର ଅଧିକ ଚିକିତ୍ସା ପାଇଁ ରାଜପ୍ରସାଦଙ୍କୁ ଲକ୍ଷ୍ମୌର ଟ୍ରାମା ସେଣ୍ଟରକୁ ପଠାଇ ଦେଇଥିଲେ।

ଏକ୍ସ-ରେରୁ ଜଣାପଡ଼ିଛି ଗୁଳି ରାମପ୍ରସାଦଙ୍କ ଛାତିର ବାମାପାର୍ଶ୍ବରେ ବାଜିଥିଲା। ତେବେ କମାଣ୍ଡୋ ରାଜପ୍ରସାଦ ରାମମନ୍ଦିର ପରିସରରେ ଡିୟୁଟିରେ ଥିଲେ। ଏହି ସମୟରେ ସେ ତାଙ୍କର ଏକେ-୪୭ ରାଇଫଲ ସଫା କରୁଥିଲେ। ଏତିକିବେଳେ ଅସାବଧାନତାବଶତଃ ଗୁଳି ଫୁଟି ଯାଇଥିଲା ଯାହାକି ତାଙ୍କ ବାମପାର୍ଶ୍ବ ଛାତିରେ ବାଜିଥିଲା।

ଅଧିକ ପଢନ୍ତୁ