author

ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । 

ରାଜ୍ୟସଭା ଉପନିର୍ବାଚନ ଲାଗି ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି।ଆଜିଠୁ ଅଗଷ୍ଟ ୨୧ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ। ଅଗଷ୍ଟ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବା ପରେ ୨୭ରେ ପ୍ରତ୍ୟାହାର କରିବାର ଶେଷ ତାରିଖ ଧାର୍ଯ୍ୟ ହୋଇଛି। ସେପ୍ଟେମ୍ବର ୩ରେ ମତଦାନ ଗ୍ରହଣ କରାଯାଇ ସେହିଦିନ ଫଳାଫଳ ଘୋଷଣା କରାଯିବ। ଓଡ଼ିଶାର ଗୋଟିଏ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ମମତା ମହାନ୍ତଙ୍କ ଇସ୍ତଫା ପରେ ଏହି ଆସନଟି ଖାଲିପଡିଛି। ବିଧାନସଭାର ସଂଖ୍ୟାଗଣିତକୁ ହିସାବକୁ ନେଲେ ବିଜେପି […]

ନୂଆ ପୁଲିସ ଡିଜି ଚର୍ଚ୍ଚା ବଢ଼ିଲା

IPS ୱାଇ.ବି ଖୁରାନିଆ ହୋଇପାରନ୍ତି ଓଡ଼ିଶାର ନୂଆ ଡିଜିପି । IPS ୱାଇ.ବି ଖୁରାନିଆ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଖବର ଏ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।ଏହି ସାକ୍ଷାତ ପରେ ସେ ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେର୍ଶକ (ଡିଜିପି) ହେବାର ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ପ୍ରସଙ୍ଗରେ ଆନୁଷ୍ଠାନିକ ଭାବେ କିଛି କୁହାଯାଇନାହିଁ।ନୂଆ ଡିଜିଙ୍କ ମନୋନୟନ କାର୍ଯ୍ୟ ୟୁପିଏସ୍ସି ଉପରେ ନ୍ୟସ୍ତ କରାଯାଇଛି। ଏଥିପାଇଁ ୬ଜଣ ବରିଷ୍ଠ ଅଧିକାରୀଙ୍କ ନାମ […]

ପଞ୍ଜାବ ଜଳନ୍ଧର ଓ ବିହାର ପୁରୁଣିଆରୁ ଆସି ଓଡ଼ିଶାରେ ପହଞ୍ଚିଛି ଆଳୁ ଟ୍ରକ୍ । 

କେବେ ସ୍ୱାଭାବିକ ହେବ ଆଳୁ ଦର। ରାଜ୍ୟରେ ଆଳୁ ଦର ଆକାଶ ଛୁଆଁ ରହିଥିବାବେଳେ ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ସାଧାରଣ ଖାଉଟି। ତେବେ ଏହା ଭିତରେ ଆସିଛି ଖୁସି ଖବର, ଓଡ଼ିଶାରେ ପହଞ୍ଚିଲା ୪ ରାଜ୍ୟର ଆଳୁ ଟ୍ରକ୍ । ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ପରେ ଏବେ ପଞ୍ଜାବ ଜଳନ୍ଧର ଓ ବିହାର ପୁରୁଣିଆରୁ ଆସି ଓଡ଼ିଶାରେ ପହଞ୍ଚିଛି ଆଳୁ ଟ୍ରକ୍ । ଉତ୍ତର ପ୍ରଦେଶ ସହିତ ପଞ୍ଜାବ ଓ ବିହାର ଆଳୁ ମାର୍କେଟରେ […]

ଆଜିର ରାଶିଫଳ(୧୪ ଅଗଷ୍ଟ,୨୦୨୪)

ମେଷ : ଘରେ ଲାଗିରହିଥିବା ଅଶାନ୍ତି  ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।* ବୃଷ : ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ […]

ବିଦ୍ୟୁତ ବିଲ୍‌ ପଇଠ ପାଇଁ ପୋର୍ଟାଲ ଓ ମୋବାଇଲ୍‌ ଆପ୍ଲିକେସନ୍‌ ଲୋକାର୍ପିତ

ଓଡ଼ିଶାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା, ଏସ୍‌ଆଇସି, ଭୁବନେଶ୍ୱର ଓ ଟାଟା ପାୱାର କମ୍ପାନି ଲିମିଟେଡ୍‌ର ମିଳିତ ଉଦ୍ୟମରେ ଗ୍ରାମପଞ୍ଚାୟତ ସ୍ତରରେ ଜନସାଧାରଣ ଯେପରି ସହଜରେ ବିଦୁ୍ୟତ ଦେୟ ପଇଠ କରିପାରିବେ ସେଥି ପାଇଁ ଜିଏସ୍‌ଏମ୍‌ସି ନାମକ ଏକ ପୋର୍ଟାଲ ଓ ମୋବାଇଲ୍‌ ଆପ୍ଲିକେସନ୍‌ର ଲୋକାର୍ପିତ ହୋଇଛି ।ଏହାକୁ କେନ୍ଦ୍ର ସରକାରଙ୍କ ପଞ୍ଚଦଶ ଅର୍ଥ କମିସନ୍‌ ଓ ରାଜ୍ୟ ପଞ୍ଚମ ଅର୍ଥ କମିସନ୍‌ ଅନୁଦାନର ସୁପରିଚାଳନା ନିମନ୍ତେ ନିର୍ମିତ ଇ-ଗ୍ରାମ ସ୍ୱରାଜ ଅନଲାଇନ୍‌ ପ୍ଲାଟଫର୍ମ୍‌ […]

ମାଓବାଦୀ ସାମଗ୍ରୀ ସହ ୩୮ ଲକ୍ଷ ଟଙ୍କା ଜବତ

ଅଲଗା ଅଲଗା ସ୍ଥାନରେ ମାଟି ତଳେ ଲୁଚାଇ ରଖିଥିଲେ ୩୮ ଲକ୍ଷ ଟଙ୍କା ଓ ବିଭିନ୍ନ ବିସ୍ଫୋରକ ସାମଗ୍ରୀ । ଧମତରୀ ପୋଲିସ ଓ ସିଆରପିଏଫ୍‌ ଯବାନଙ୍କ ମିଳିତ ଅପରେସନ ବେଳେ ଗରିଆବନ୍ଧ ଡିଭିଜନ ମାଓବାଦୀଙ୍କ ବଡ ଡମ୍ପ ଠାବ କରିଛନ୍ତି ସୁରକ୍ଷା କର୍ମୀ । ଛତିଶଗଡ ଗରିଆବନ୍ଧ ଓ ଧମତରି ପୋଲିସ ଏବଂ ସିଆରପିଏଫ୍‌ ଯବାନଙ୍କ ପକ୍ଷରୁ ଗତ ୧୦ ତାରିଖରୁ ଛୋଟେ ଗବରା ଏବଂ ପେଣ୍ଡ୍ରା ଜଙ୍ଗଲରେ ତଲାସି ଆରମ୍ଭ ହୋଇଥିଲା। ଦୁଇ ଦିନଧରି […]

ମୁଖ୍ୟମନ୍ତ୍ରୀ ବଡ ଘୋଷଣା: ଖୋର୍ଦ୍ଧା-ନୟାଗଡ଼ ଜାତୀୟ ରାଜପଥ ହେବ ୪ ଲେନ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ଘୋଷଣା । କେନ୍ଦ୍ର ସଡକ, ପରିବହନ ମନ୍ତ୍ରୀଙ୍କୁ ଭେଟିବା ପରେ ବଡ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ୱରରୁ ପୁରୀ ଯାଏଁ ସର୍ଭିସ ରୋଡ୍ ହେବ । ବର୍ତ୍ତମାନ ୪ ଲେନ୍ ବିଶିଷ୍ଟ ଥିବା ଏହି ରାସ୍ତାକୁ ୬ ଲେନ୍ ବିଶିଷ୍ଟ କରାଯିବ । ୬ ଲେନ ରାସ୍ତା ସହ ୨ ଲେନ ସର୍ଭିସ ରୋଡ ବି ରହିବ। ପୁରୀ-ଭୁବନେଶ୍ବର […]

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଓଡ଼ିଶାରୁ ପଠାଗଲା ରାକ୍ଷୀ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଓଡ଼ିଶାରୁ ପଠାଗଲା ରାକ୍ଷୀ। ପ୍ରଧାନମନ୍ତ୍ରୀଙ୍କ ପାଇଁ ରାକ୍ଷୀ ପଠାଇଲେ ମୟୂରଭଞ୍ଜର ମହିଳା। ରାଇରଙ୍ଗପୁରରେ ସହରରେ ଥିବା ବିଭିନ୍ନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ମଧ୍ୟ ରାକ୍ଷୀ ପଠାଯାଇଛି। ଡାକ ଯୋଗେ ନୂଆଦିଲ୍ଲୀକୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଏହାକୁ ପଠାଯାଇଛି। ଏଥିପାଇଁ ପ୍ରୋଟେକଟିଭ୍ ରାକ୍ଷୀ କଭରର ମଧ୍ୟ ବ୍ୟବହାର କରାଯାଇଛି।ଓଡ଼ିଶାର ଗର୍ବ ତଥା ମୟୂରଭଞ୍ଜର ଝିଅ ଦ୍ରୌପଦୀ ମୁର୍ମୁ ଏବେ ଦେଶର ରାଷ୍ଟ୍ରପତି। ମୟୂରଭଞ୍ଜ ମାଟିର ଆଦିବାସୀ ମହିଳାଙ୍କୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତ କରାଇବାରେ ମୋଦୀଙ୍କ […]

‘ଭାରତ ମାତା କି ଜୟ’ ନଲେଖି ଏମିତି ଲେଖିଦେଲେ ରାଜସ୍ବ ମନ୍ତ୍ରୀ

ରାଜସ୍ୱ ମନ୍ତ୍ରୀ ଲେଖିଲେ – ‘ଡାରତ ମାତା କି ଜୟ ‘ଓଡ଼ିଆ ଜାତିର ଦୁର୍ଭାଗ୍ୟ ଆଜି ଏମିତି କୁଳାଙ୍ଗାରଙ୍କ ହାତରେ ଓଡ଼ିଶାର ଭାଗ୍ୟ ଡୋରି l ପୁରା କ୍ୟାବିନେଟ୍ ଜୋକର୍ ଙ୍କ ଆଡ୍ଡା ସ୍ଥଳୀ l ଅକ୍ଷର ଚିହ୍ନି ନଥିବା ଲୋକେ ଅସ୍ମିତା କଥା କହୁଛନ୍ତି lଏହାକୁ ନେଇ ବିରୋଧୀ ବିଜେଡି ମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛି। ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର |ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ସାରା ଦେଶରେ ପୁଣି ଥରେ ହର୍‌ ଘର୍‌ ତ୍ରିରଙ୍ଗର […]

ଆଜି ବିଶ୍ଵ ଅଙ୍ଗଦାନ ଦିବସ।

ଶରୀର ଦାନ ପ୍ରତି ଧୀରେ ଧୀରେ ଜନସାଧାରଣ ସଚେତନ ହେଉଛନ୍ତି। ଶରୀରଦାନକୁ ସରକାରୀ ସ୍ବୀକୃତି ମିଳିବା ପରେ ବହୁ ସଚେତନ ନାଗରିକ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ମୃତ୍ୟୁ ପରେ ଶରୀର ଦାନ କରିବାକୁ ଘୋଷଣାନାମା ଦାଖଲ କରୁଛନ୍ତି।ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖ ଅର୍ଥାତ୍ ଆଜିର ଦିନକୁ ବିଶ୍ଵ ଅଙ୍ଗଦାନ ଦିବସ ଭାବେ ପାଳନ କରାଯାଏ। ଲୋକଙ୍କୁ ମୃତ୍ୟୁ ପରେ ଅଙ୍ଗଦାନ ପାଇଁ ଉତ୍ସାହିତ କରିବା ଏହି ଦିବସର ଏକମାତ୍ର ଉଦ୍ଦେଶ୍ୟ। ଚଳିତ ବର୍ଷ ବିଶ୍ଵ ଅଙ୍ଗଦାନ […]

କଟକ ବଡ଼ ଡାକ୍ତରଖାନାରେ ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ: ନିସ୍ତୁକ ପିଟିଲେ ସଂପର୍କୀୟ

କୋଲକତାର ଆର୍‌ଜି କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାକୁ ନେଇ ଦେଶରେ ଡାକ୍ତରଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ କଟକ ଏସ୍‌ସିବି ମେଡିକାଲରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।ମିଳିଥିବା ସୂଚନାନୁଯାୟୀ, ଇସିଜି କରିବା ବାହାନାରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇ ଥିବା ବେଳେ ପୀଡିତାଙ୍କ ସମ୍ପର୍କୀୟଙ୍କ ଆକ୍ରମଣରେ ଡାକ୍ତର ଗୁରୁତର ହୋଇଛନ୍ତି । ଗୁରୁତର ଡାକ୍ତର ଏସସିବି ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।୧୬୧/୧୬୪ ରେ ପୀଡ଼ିତା ଙ୍କ […]

ସୁଭଦ୍ରା ଯୋଜନାକୁ ନେଇ ବଡ଼ ବୟାନ ଦେଲେ ଉପମୁଖ୍ୟମନ୍ତ୍ରୀ

ସାଧାରଣ ଲୋକଙ୍କ ମତାମତ ନିଆଯିବା ପରେ ଜାରି ହେବ ସୁଭଦ୍ରା ଯୋଜନାର ଏସ୍ଓପି। ଏନେଇ ଆଜି ବଡ଼ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏସଓପି ନଆସିବା ପର୍ଯ୍ୟନ୍ତ ମହିଳାମାନଙ୍କୁ ଭ୍ରମିତ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଆବେଦନ ପ୍ରକ୍ରିୟା ଅତି ସରଳ କରାଯିବ, କେହି ଭ୍ରମିତ ହୁଅନ୍ତୁନି ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି। ଅଗଷ୍ଟ ୧୫ ତାରିଖରେ ପ୍ରଥମେ ଏସ୍‌ଓପି ଆସିବ । ପରେ ସେପ୍ଟେମ୍ବର ୧୭ ତାରିଖ ଦିନ ଏହି ଯୋଜନାର […]