author

ବାଲି ରସିଦରେ ଲାଞ୍ଚ କାରବାର ଅଭିଯୋଗ, ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର। ଗଞ୍ଜାମ ଜିଲା ବେଲଗୁଣ୍ଠା ତହସିଲ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଜଣେ ବାଲି ବ୍ୟବସାୟଙ୍କ ବାଲି ଗାଡ଼ି ଛାଡ଼ିବା ପାଇଁ ରସିଦ୍ ଠାରୁ ଅଧିକ ଟଙ୍କା ମାଗି ନେଇଥିବା ଅଭିଯୋଗରେ ଅତିରିକ୍ତ ତହସିଲଦାରଙ୍କ ସମେତ ଆଉ ୩ ଜଣ ରାଜସ୍ୱ ନିରୀକ୍ଷକଙ୍କୁ ଭିଜିଲାନ୍ସ ଟିମ୍ ତଦନ୍ତ ପାଇଁ ବ୍ରହ୍ମପୁର ନେଇଯାଇଛି । ସୂଚନାମୁତାବକ ନୂଆଗାଁ ନଦୀରୁ ଧୂମୁଛାଇର ଜଣେ ଟ୍ରାକ୍ଟର ଗାଡି ମାଲିକ ବେନିୟମ ଭାବେ ବାଲି […]

ନୟାଗଡ଼ ରେଳ ଷ୍ଟେସନ: ସୋକପିଟ୍ ଭାଙ୍ଗି ମଇଳା ପାଣି ରାସ୍ତାରେ, ପରିବେଶ ଦୁର୍ଗନ୍ଧମୟ

ନୟାଗଡ଼,(ଓଡ଼ିଶା ଦର୍ପଣ): ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଚାଲିଛି ନୟାଗଡ଼ ଟାଉନ ରେଳ ଷ୍ଟେସନ। କେତେବେଳେ ଷ୍ଟ୍ରିଟ ଆଲୁଅ ଜଳୁନି ତ କେତେବେଳେ ଅଳିଆ ଆବର୍ଜନା ପଡ଼ି ପରିବେଶ ପ୍ରଦୂଷିତ ହେଉଛି। ବର୍ତ୍ତମାନ ରେଳ ଷ୍ଟେସନରେ ଥିବା ବିଭିନ୍ନ ପାଇଖାନା ଟାଙ୍କି ଗୁଡ଼ିକର ସୋକପିଟ ଗୁଡ଼ିକ ଫାଟି ସେଥିରୁ ବାହାରୁ ଥିବା ମଇଳା ପାଣି ଚାରିଆଡେ ମାଡ଼ୁଥିବା ଯୋଗୁଁ ଏହାର ଦୁର୍ଗନ୍ଧରେ ସମଗ୍ର ଅଞ୍ଚଳ ପ୍ରଦୂଷିତ ହେଉଛି। ବିଶେଷ କରି ଷ୍ଟେସନର ମୁଖ୍ୟ ପ୍ରବେଶ ପଥ ତଥା ବାଇକ […]

ମାତିଲେ ସାଇବର ଠକ । ନିଜ ଘରେ ୩୫ ଘଣ୍ଟା ଧରି ଡିଜିଟାଲ ଆରେଷ୍ଟ ହେଲେ ଦମ୍ପତି

ଚାଲାକି କଲେ ବୋଲି ବଞ୍ଚିଗଲେ । ଆଧାରକାର୍ଡରେ ଆତଙ୍କବାଦୀଙ୍କ ଲିଙ୍କ ରହିଥିବା କହି ବରିଷ୍ଠ ନାଗରିକଙ୍କୁ ୩୫ ଘଣ୍ଟା ଡିଜିଟାଲ ଆରେଷ୍ଟ । ରାଜଧାନୀରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ନାଲକୋର ଅବସରପ୍ରାପ୍ତ ସେଫଟି ବିଭାଗର ମୁଖ୍ୟ ଥିଲେ ସରୋଜ କୁମାର ପଟ୍ଟନାୟକ ତାଙ୍କ ପତ୍ନୀ ନିର୍ଝରନି ପଟ୍ଟନାୟକ ସାଇବର ଲୁଟେରାଙ୍କଠୁ ଅଳ୍ପକେ ବର୍ତ୍ତିଛନ୍ତି । ଠକଙ୍କୁ ଟଙ୍କା ପଠାଇବାକୁ ବ୍ୟାଙ୍କକୁ ଯାଇଥିବା ବେଳେ ଜଣାପଡ଼ିଲା ସତ । ସାଇବର ଥାନାରେ ଅଭିଯୋଗ ପରେ ପୋଲିସ […]

ବଲିଉଡ ଅଭିନେତା ରାଜପାଲ ଯାଦବଙ୍କ ଜାମିନ ଆବେଦନ ସ୍ଥଗିତ

ବଲିଉଡ୍ ଷ୍ଟାର ହାସ୍ୟ ଅଭିନେତା ରାଜପାଲ ଯାଦବ । ଚେକ୍ ବାଉନ୍ସ ମାମଲାରେ ବଢିବାରେ ଲାଗିଛି ଅଡୁଆ । ମାମଲାରୁ ମୁକୁଳିବାରେ ବଦଳରେ ଅଡୁଆ ସୂତାରେ ଛନ୍ଦି ହେବାରେ ଲାଗିଛନ୍ତି । ଜାମିନ ଆବେଦନ ମାମଲାରେ ଦିଲ୍ଲୀ ହାଇକୋର୍ଟ ସୋମବାର ପର୍ଯ୍ୟନ୍ତ ଶୁଣାଣିକୁ ସ୍ଥଗିତ କରିଛନ୍ତି । ଆଦାଲତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୬ ଫେବୃଆରୀରେ କରିବେ । ଶୁଣାଣି ସମୟରେ ଅଭିନେତାଙ୍କ ପକ୍ଷରେ ଉପସ୍ଥିତ ଓକିଲ କୋର୍ଟକୁ ଜଣାଇଥିଲେ ଯେ, ସେ ତାଙ୍କ କ୍ଲାଏଣ୍ଟଙ୍କୁ […]

ନୟାଗଡ଼ରେ ଭାରତବନ୍ଦ

ନୟାଗଡ଼,(ଓଡ଼ିଶା ଦର୍ପଣ):ଶ୍ରମକୋଡ ଉଚ୍ଛେଦ କରି ପୂର୍ବ ଶ୍ରମ ଆଇନକୁ ଲାଗୁକରିବା, ସର୍ବନିମ୍ନ ମଜୁରୀ ମାସିକ ୨୬ହଜାର ଟଙ୍କା ଧାର୍ଯ୍ୟ କରିବା, ସ୍କିମ ଶ୍ରମିକଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା, ଜନବିରୋଧୀ ବିଦ୍ୟୁତ ବିଲ୍ ଓ ବିହନ ବିଲ୍ ରଦ୍ଦ କରିବା,ଚାଷୀଫସଲର ଲାଭଜନକ ଦର, ରାଷ୍ଟ୍ରାୟତ ଉଦ୍ୟୋଗର ସୁରକ୍ଷା ଇତ୍ୟାଦି ଦାବି ଉପରେ କେନ୍ଦ୍ରୀୟ ଟ୍ରେଡୟୁନିଅନ ସମୁହ, ସ୍ବାଧୀନ ଫେଡେରେସନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ଙ୍କ ଦ୍ଵାରା ଆହୂତ ସର୍ବଭାରତୀୟ ସାଧାରଣ ଧର୍ମଘଟ ନୟାଗଡ଼ରେ ସଫଳତାର ସହ […]

ଦୂରଦର୍ଶନର ବରିଷ୍ଠ ଖବର ଉପସ୍ଥାପିକା ସରଳା ମାହେଶ୍ଵରୀଙ୍କ ପରଲୋକ

ଦୂରଦର୍ଶନର ନ୍ୟୁଜ୍ ଉପସ୍ଥାପିକା ସରଳା ମାହେଶ୍ଵରୀଙ୍କର ଦେହାନ୍ତ ଘଟିଛି। ସେ ତାଙ୍କର ଶାନ୍ତ ସ୍ଵର ଏବଂ ସ୍ଵଭାବ ଏବଂ ଶୁଦ୍ଧ ହିନ୍ଦୀ ଉଚ୍ଚାରଣ ଲାଗି ବେଶ୍ ଜଣାଶୁଣା। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ସରଳା ଦୂରଦର୍ଶନର ଏକ ପପୁଲାର୍ ଚେହେରା ଥିଲେ। ୧୯୮୦ ଏବଂ ୧୯୯୦ ଦଶକର ଜଣେ ପ୍ରସିଦ୍ଧ ସାମ୍ବାଦିକା ଥିଲେ ସରଳା। ଲୋକମାନେ ତାଙ୍କୁ ଶୁଣିବାକୁ ଭଲ ପାଉଥିଲେ। ସେ ୨୦୦୫ ପର୍ଯ୍ୟନ୍ତ ଦୂରଦର୍ଶନର ନ୍ୟୁଜ ଆଙ୍କର ଭାବରେ କାର୍ଯ୍ୟ କରିଥିଲେ। […]

ଭଡ଼ାଘରେ ଚାଲିଥିଲା ଦେହ ବେପାର: ପୁଲିସ ପଞ୍ଝାରେ ୩ ଦେହଜୀବୀ, ୪ ଗ୍ରାହକ

ଖୋର୍ଦ୍ଧା ବିକାଶ ନଗରରୁ ସେକ୍ସ ରାକେଟ୍ ଠାବ ହୋଇଛି । ଏକ ଭଡା ଘରେ ଚାଲିଥିବା ସେକ୍ସ ସ୍କାଣ୍ଡାଲର ପର୍ଦ୍ଦାଫାଶ କରିଛି ପୋଲିସ । କିଙ୍ଗପିନ୍ ସହ ୩ ଦେହଜିବୀ, ୪ ଜଣ ଗ୍ରାହକଙ୍କୁ ଧରିଛି ପୋଲିସ ।ସୂଚନାମୁତାବକ ଗତ କିଛି ଦିନ ଧରି ଏହି ସେକ୍ସ ସ୍କାଣ୍ଡାଲ ଚାଲିଥିଲା। କୌଣସି ସୂତ୍ରରୁ ଖବରପାଇ କ୍ରାଇମବ୍ରାଞ୍ଚ ଓ ସ୍ପେଶାଲ ସ୍କାଡ୍‌ ଇନଚାର୍ଜ ରବି ନାରାୟଣ ଭଞ୍ଜଙ୍କ ନେତୃତ୍ୱରେ ଟିମ୍‌ ଚଢ଼ାଉ କରିଥିଲା। ଆଜି ପୂର୍ବାହ୍ନରେ ପୋଲିସ ଚଢ଼ାଉ […]

ପୁଣି ନିଶାସକ୍ତ ଅବସ୍ଥାରେ ଚେତାଶୂନ୍ୟ ହେଲେ ସପ୍ତମ ଶ୍ରେଣୀର ଦୁଇ ଛାତ୍ର

ନୟାଗଡ଼ ଜିଲା ଦଶପଲ୍ଲା ସହରାଞ୍ଚଳ ଦଶପଲା ବାଳକ ଉଚ୍ଚ ବିଦ୍ୟାଳୟରୁ ଏକ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି । ସ୍କୁଲକୁ ଶିକ୍ଷାର ମନ୍ଦିର କୁହାଯାଉଥିବା ବେଳେ ସପ୍ତମ ଶ୍ରେଣୀର ଦୁଇ ଛାତ୍ର ମଦ୍ୟପାନ କରି ଆସିଥିବା ବେଳେ ଚେତାଶୂନ୍ୟ ହୋଇପଡିଛନ୍ତି |ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିଭାବକଙ୍କୁ ଡକାଇ ଦୁଇ ଛାତ୍ରଙ୍କୁ ଅଭିଭାବକଙ୍କ ଜିମା ଦେଇଛନ୍ତି । ସେପଟେ ନିଶାସକ୍ତ ଛାତ୍ରଙ୍କ ମା ଅଭିଯୋଗ କରିଛନ୍ତି ମୋ ପୁଅ ଘରୁ ମଦ ପିଇ ଆସି ନାହିଁ । ବିଦ୍ୟାଳୟରେ […]

୩ ମାସରେ ଗଣତି ମଣତି ସାର: ହାଇକୋର୍ଟ

୩ ମାସ ଭିତରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ୧୯୭୮ ଗଣତି ମଣତି ସହିତ ବର୍ତ୍ତମାନର ଗଣତି ମଣତି ମେଳ କରିବାକୁ ନିର୍ଦ୍ଦେଶ ରହିଛି । ଆସନ୍ତା ବିଧାନସଭା ଅଧିବେଶନରେ ରିପୋର୍ଟ ଉପସ୍ଥାପନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।। ୩ ମାସ ପରେ ଏ ନେଇ ହାଇକୋର୍ଟରେ କମ୍ପ୍ଲାଏନ୍ସ ରିପୋର୍ଟ ଦାଖଲ କରିବେ […]

ପ୍ରକାଶ ପାଇଲା OTET ରେଜଲ୍ଟ !ମେ’ ରେ ପରବର୍ତ୍ତୀ ଓଟିଇଟି ପରୀକ୍ଷା

ପ୍ରକାଶ ପାଇଲା OTET ରେଜଲ୍ଟ । OTET-୨୦୨୫ ଫଳାଫଳ ପ୍ରକାଶ ପାଇଛି। ୧୭ ଡିସେମ୍ବରରେ ହୋଇଥିବା ପରୀକ୍ଷାର ରେଜଲ୍ଟ ବାହାରିଛି। ପେପର-୧ରେ ୪୫ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୨ ହଜାର ଉତ୍ତୀର୍ଣ୍ଣ ହୋଇଛନ୍ତି। ପେପର-୨ରେ ୧ ଲକ୍ଷ ୮ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୩ ହଜାର ୯୫୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।ପେପର-୧ ଓ ପେପର-୨ରେ ମୋଟ୍‌ ୧ ଲକ୍ଷ ୬ ହଜାର ୪୧ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅପରାହ୍ନ ୨ଟା ରୁ ରେଜଲ୍ଟ ବୋର୍ଡ ୱେବ ସାଇଟ […]

ସୁନା କମିଥିବାବେଳେ ବଢ଼ିଲା ରୁପାର ଦର

ଗ୍ରାହକଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି । କମିଲା ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୮,୪୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୫,୨୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୮,୪୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୫,୨୦୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ […]

ଚଳିତ ମାସ ୧୩ ତାରିଖରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଚଳିତ ମାସ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବରଙ୍ଗପୁରଠାରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଯୋଜନାର ପ୍ରଥମ ପର୍ଯ୍ୟାୟ ଶୁଭାରମ୍ଭ କରିବେ । ୫୦୦ ଶ୍ରଦ୍ଧାଳୁ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିବେ ।ପର୍ଯ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବ ସରୋଜ କୁମାର ସ୍ୱାଇଁ ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ କହିଛନ୍ତି , ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୫୦୦ ଶ୍ରଦ୍ଧାଳୁ ଆସିବେ, ୧୩ ତାରିଖ ସନ୍ଧ୍ୟାରେ ପ୍ରାୟ ୨୦୦ ଜଣ ଓ ଅବଶିଷ୍ଟ ୧୪ ତାରିଖ ସକାଳୁ ପହଞ୍ଚିବେ […]